ନିର୍ବାଚନ ରାଲି ବେଳେ ପଥର ମାଡ଼, ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଫାଟିଲା

Above Post Content

ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼ । ବିଜୟୱାଡାରେ ଏକ ରୋଡ-ଶୋ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପଥର ମାଡ ହୋଇଛି । ଫଳରେ ପଥର ବାଜି ଜଗନଙ୍କ ବାମ ମଥାରେ ଆଘାତ ଲାଗିଛି । ତାଙ୍କୁ ମେଡିକାଲ ଟିମଙ୍କ ତତ୍ତ୍ୱାବଧାନରେ ରଖାଯାଇଛି । ଲୋକମାନଙ୍କୁ ଅଭିବାଦନ କରିବା ସମୟରେ ଏହି ପଥର ମାଡ ହୋଇଛି । ଏଥିସହ ମୁଖ୍ୟମନ୍ତ୍ରୀ ଜଗନଙ୍କ ପାଖରେ ଠିଆ ହୋଇଥିବା ବିଧାୟକ ଭେଲାମପାଲ୍ଲୀଙ୍କ ବାମ ଆଖିରେ ମଧ୍ୟ ଆଘାତ ଲାଗିଛି ।

Middle post content

ଲୋକଙ୍କୁ ଅଭିବାଦନ ଦେଲାବେଳେ ହୋଇଛି ପଥରମାଡ଼

After 2nd paragraph post ads

ବିଜୟୱାଡାଠାରେ ଏକ ନିର୍ବାଚନ ପ୍ରଚାର ଚଳାଇଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ । ଏହି ସମୟରେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବା ପଥର ଆକ୍ରମଣରେ ସେ ଆହତ ହୋଇଥିଲେ । ତାଙ୍କ ବାମ ଆଖିରେ ଆଘାତ ଲାଗିଛି । ଡାକ୍ତରମାନେ ତୁରନ୍ତ ବସ୍‌ରେ ତାଙ୍କୁ ପ୍ରଥମେ ସହାୟତା ପ୍ରଦାନ କରିଥିଲେ । ‘ସ୍ମୃତି ସିଧା ଯାତ୍ରା’ର ଏକ ଅଂଶ ଭାବରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ଅଭିଯାନ ବସ୍‌ରେ ଠିଆ ହୋଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ଏହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ପଥର ମାଡ଼ କରିଥିବା ଜଣାଯାଇଛି । ଏହି ଘଟଣା ପରେ ୱାୟୀଏସଆରସିପି କର୍ମୀ ଟିଡିପି ଉପରେ ଏହି ପଥର ମାଡ଼ ଅଭିଯୋଗ ଲଗାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami