ଶୌଚ ହେବା ଲାଗି ବାହାରକୁ ଯାଇଥିଲେ ମହିଳା: ଖାଇଦେଲା ବାଘ

Above Post Content

ନୂଆପଡ଼ା: ମହିଳାଙ୍କୁ ଖାଇଦେଲା ବାଘ । ମହିଳା ଜଣକ ଶୌଚ ହେବାକୁ ଯାଇଥିବା ବେଳେ ବାଘଟି ତାଙ୍କୁ ଖାଇଦେଇଛି । ଏମିତି ଏକ ହୃଦୟବିଦାରକ ଘଟଣା ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ସିରିଆରିବାହାର ଗ୍ରାମରେ ଘଟିଛି । ମୃତା ମହିଳା ଜଣକ ହେଲେ ରାମେଶ୍ରୀ ମାଝୀ(୪୫) । ଏହାକୁ ନେଇ ଗାଁ ଲୋକେ ଏବେ ଭୟଭୀତ ହୋଇ ପଡ଼ିଛନ୍ତିି । କିଛି ଦିନ ହେଲା ଗାଁ ଲୋକେ ଘରୁ ବାହାରିବାକୁ ଡ଼ରୁଛନ୍ତି । ସନ୍ଧ୍ୟା ହେଲେ କବାଟ ବନ୍ଦ କରି ରହୁଛନ୍ତି ।

ଗତକାଲି ରାମେଶ୍ରୀ ଶୌଚ ହେବା ଲାଗି ଘର ବାହାରକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନ ଥିଲେ । ଡ଼େରି ହେବାରୁ ଘର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ । ତାଙ୍କୁ ଖୋଜାଖୋଜି କରିଥିଲେ ବି ପାଇ ନ ଥିଲେ । ଆଜି ସକାଳେ ରାମେଶ୍ରୀଙ୍କୁ ବାଘ ଖାଉଥିବାର ଦେଖିବାକୁ ପାଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ମିିଶି ବାଘକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ହେଲେ ବାଘ ପାଲଟା ସେମାନଙ୍କୁ ଆକ୍ରମଣ କରିବାରୁ ସେମାନେ ଭୟରେ ପଳାଇ ଆସିଥିଲେ । ପରେ ବାଘଟି ମହିଳାଙ୍କୁ ଖାଇ ଦେଇଥିଲା ।

After 2nd paragraph post ads

ନାବାଳକଙ୍କୁ ବାଘ ନେଇଥିଲା ଝାମ୍ପି

Middle post content

ସୂଚନାଯୋଗ୍ୟ, କିଛି ଦିନତଳେ ୬ ବର୍ଷର ନାବାଳକକୁ ଝାମ୍ପି ନେଇଥିଲା ବାଘ । ସଂଧ୍ୟାରେ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ୬ ବର୍ଷର ନାବାଳକକୁ ବାଘ ଟାଣି ନେଇ ମାରିଦେଇଥିଲା । ଗୋଧସପଡ଼ାରେ ସୋମବାର ସଂଧ୍ୟାରେ ୩ରୁ ୪ ଜଣ ନାବାଳକ ଏକାଠି ଖେଳୁଥିଲେ । ଏହି ସମୟରେ ହଠାତ୍ ୨ଟି ବାଘ ଆସି ହୁମନ ଧରୁଆଙ୍କ ୬ ବର୍ଷର ପୁଅ ଡମ୍ବରୁକୁ ଟାଣି ନେଇଥିଲା । ଏହା ଜାଣିବା ପରେ ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ଗୋଡ଼ାଇଥିଲେ । ଫଳରେ ୨ଶହ ମିଟର ଦୂରରେ ଏକ ପଥର ଚଟାଣରେ ନାବାଳକକୁ ଛାଡ଼ି ବାଘଦ୍ୱୟ ପଳାଇ ଯାଇଥିଲେ । ଗ୍ରାମବାସୀ ପହଞ୍ଚିିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ବନ କର୍ମଚାରୀମାନେ ମଧ୍ୟରେ ଗାଁରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଡାକ୍ତରଖାନା ପଠାଇଥିଲେ । ସେହିପରି ଏହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଗାଇକୁ ବି ବାଘ ଖାଇ ଦେଇଥିଲା ।

ପୂର୍ବରୁ ବି ଏମିତି ଘଟିଛି ଅନେକ ଘଟଣା

ପ୍ରକାଶ ଥାଉକି ନୂଆପଡ଼ା ସଦର ବ୍ଲକ୍ ହଳଦି ଗ୍ରାମରେ ୨୦୧୭ ମସିହାରେ ନାବାଳକ ଛଗନ ପାଣ୍ଡେଙ୍କୁ ବାଘ ଟାଣି ନେଇ ମାରି ଦେଇଥିଲା । ସେହିପରି ୨୦୨୨ ମସିହାରେ ସୁନାବେଡ଼ା ଅଭୟାରଣ୍ୟ ଜଲମଣି ଗ୍ରାମର ଜଣେ ବୃଦ୍ଧାଙ୍କୁ ମଧ୍ୟ ବାଘ ଟାଣି ନେଇ ମାରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami