ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ

Above Post Content

ଭୁବନେଶ୍ୱର: ଓଡ଼ିଆ ଟିଭି ଚ୍ୟନେଲ୍‌ର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଶନିବାର କମିସନରେଟ୍ ପୋଲିସ ସଞ୍ଜୟ ନାୟକ (ଟୁଟୁ)ଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ ତାଙ୍କର ଭୁବନେଶ୍ୱର ଘରୁ ଉଠାଇ ଆଣି ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲା । ଗତକାଲି ଖବର ସଂଗ୍ରହ ସମୟରେ ସାମ୍ବାଦିକା ଦେବସ୍ମିତାଙ୍କୁ ଚାପୁଡ଼ା ମାରିବା ଓ ଦୁର୍ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ଏନେଇ ପୋଲିସ ଟୁଟୁ ନାୟକଙ୍କ ବିରୋଧରେ କେସ୍ ନଂ-୫୫୩ରେ ଦଫା ୩୪୧, ୩୨୩, ୩୫୪ ଓ ୨୯୪ରେ ମାମଲା ରୁଜୁ କରିଥିଲା ।

ସାମ୍ବାଦିକାଙ୍କ ଗାଲକୁ ମାରିଥିଲେ ଚାପୁଡ଼ା

After 2nd paragraph post ads
Middle post content

ଶୁକ୍ରବାର ଅପରାହ୍ନ ପାଖାପାଖି ସାଢେ ୧୨ଟା ସମୟରେ ଦେବସ୍ମିତା ଓ ଅନ୍ୟ କିଛି ସାମ୍ବାଦିକ ଖବର ସଂଗ୍ରହ ପାଇଁ ଖାରବେଳନଗର ସ୍ଥିତ ସ୍ୱସ୍ତି ସିନେମା ହଲ୍‌କୁ ଯାଇଥିଲେ । ସେମାନେ ଗେଟ୍ ସମ୍ମୁଖରେ ଅପେକ୍ଷା କରିଥିବା ବେଳେ ଟୁଟୁ ହଲ୍‌ରୁ ବାହାରି ସେମାନଙ୍କ ନିକଟକୁ ଆସିଥିଲେ । ଦେବସ୍ମିତା କିଛି ବୁଝିବା ପୂର୍ବରୁ ଟୁଟୁ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ଫଳରେ ଦେବସ୍ମିତାଙ୍କ ହାତରୁ ବୁମ୍ ଓ ମୋବାଇଲ୍ ଖସି ତଳେ ପଡ଼ିଥିଲା । କାହିଁକି ଚାପୁଡ଼ା ମାରିଲ ବୋଲି ପଚାରିବାରୁ ଟୁଟୁ ରାଗିଯାଇ ତାଙ୍କୁ ଗାଳି କରିବା ସହ ପୁଣି ତାଙ୍କ ପିଠିକୁ ଦୁଇ ଚାପୁଡ଼ା ମାରିଥିଲେ । ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ପ୍ରତିନିଧିମାନେ ଚକିତ ହୋଇ ପଡ଼ିଥିଲେ । ବୁମ୍ ଓ ମୋବାଇଲ୍ ଉଠାଇ ଦେବସ୍ମିତାଙ୍କୁ ଦେବା ସହ ସେମାନେ ଥାନାକୁ ଯାଇଥିଲେ । ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏସବୁ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ହସ୍ତକ୍ଷେପ କଲେ ମହିଳା କମିଶନ

ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ମହିଳା କମିସନ ହସ୍ତକ୍ଷେପ କରିଛନ୍ତି । ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା କରିଛନ୍ତି । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ପୋଲିସ କମିସନରଙ୍କୁ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami