ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ କଲେ ପ୍ରଶଂସକ

Above Post Content

ଚେନ୍ନାଇ: ତାମିଲନାଡୁର ମଦୁରାଇଠାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଏକ ମନ୍ଦିର ନିର୍ମାଣ କରିଛନ୍ତି ତାଙ୍କ ପ୍ରଶଂସକ । ଏଥିପାଇଁ ଜଣେ ପ୍ରଶଂସକ ତାଙ୍କ ଘର ଅଗଣାକୁ ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ ଲାଗି ଉତ୍ସର୍ଗ କରିଛନ୍ତି । ମନ୍ଦିରରେ ରଜନୀକାନ୍ତଙ୍କ ୨୫୦ କିଲୋ ଓଜନର ମୂର୍ତ୍ତି ସ୍ଥାପନ କରାଯାଇଛି । ଏହାର କିଛି ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଧୂପ ଦେଇ କରୁଛନ୍ତି ପୂଜା

After 2nd paragraph post ads
Middle post content

ସୁପରଷ୍ଟାର ରଜନୀକାନ୍ତଙ୍କ ଅଗଣିତ ପ୍ରଶଂସକ ଅଛନ୍ତି । ଗତ ଅଗଷ୍ଟରେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ମୁକ୍ତିଲାଭ କରିବା ପୂର୍ବରୁ ଫିଲ୍ମର ସଫଳତା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ମନ୍ଦିରରେ ଏକତ୍ର ପ୍ରାର୍ଥନା କରିଥିଲେ । ଏଥିରୁ ରଜନୀକାନ୍ତଙ୍କ ପାଇଁ ପ୍ରଶଂସକଙ୍କ ଭଲପାଇବା ସ୍ପଷ୍ଟ ବାରିହୁଏ । ଏବେ ପ୍ରଶଂସକଙ୍କ ଭଲପାଇବା ଆଉ ପାଦେ ଆଗେଇଛି । କିଛି ପ୍ରଶଂସକ ମିଳିତ ଭାବେ ତାମିଲନାଡୁର ମଦୁରାଇଠାରେ ରଜନୀକାନ୍ତଙ୍କ ଏକ ମନ୍ଦିର ତିଆରି କରିଛନ୍ତି । ଏଠାରେ ରଜନୀକାନ୍ତଙ୍କୁ ଧୂପଦୀପ ଦେଇ ପୂଜାର୍ଚ୍ଚନା କରୁଛନ୍ତି ।

ମନ୍ଦିରରେ ଅଭିଷେକ କଲେ ପ୍ରଶଂସକ

ଜଣେ ପ୍ରଶଂସକ ଅଭିନେତାଙ୍କୁ ମାଳ ପିନ୍ଧାଇବା ପରେ ତାଙ୍କର ଅଭିଷେକ କରୁଥିବା ନଜର ଆସିଛନ୍ତି । ତାଙ୍କ ପାଖରେ କିଛି ପ୍ରଶଂସକ ହାତଯୋଡି ଠିଆ ହୋଇଛନ୍ତି । ଜଣେ ପୂଜାରୀ ସେଠାରେ ଉପସ୍ଥିତ ରହି ରଜନୀକାନ୍ତଙ୍କ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି । ତେବେ ରଜନୀକାନ୍ତ ‘ଜେଲର’, ଶିବାଜୀ ଦି ବସ୍‌’ ଓ ‘ରା ୱାନ’ ଭଳି ଅନେକ ଫିଲ୍ମରେ ତାଙ୍କ ଉଲ୍ଲେଖନୀୟ ଅଭିନୟ ପାଇଁ ପ୍ରଶଂସିତ ହୋଇଛନ୍ତିି । ଆଗକୁ ରଜନୀକାନ୍ତ ଆଗାମୀ ଫିଲ୍ମ ‘ଥଲାଇଭାର ୧୭୦’ରେ ନଜର ଆସିବେ । ଫିଲ୍ମରେ ଅମିତାଭ ବଚ୍ଚନ, ଫହାଦ ଫାସିଲ, ରାଣା ଦଗୁବତି, ମଞ୍ଜୁ ୱାରିଅର ପ୍ରମୁଖ ଅଭିନୟ କରିଛନ୍ତି । ଆସନ୍ତା ବର୍ଷ ପୋଙ୍ଗଲ ପର୍ବ ଅବସରରେ ସିନେମାଟି ମୁକ୍ତିଲାଭ କରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami