ଗୋଟିଏ ସେକେଣ୍ଡରେ ନୂଆଦିଲ୍ଲୀରୁ ନ୍ୟୁୟର୍କ, କ’ଣ ସେହି ଟେକନିକ୍ ଯେଉଁଥିପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିଲା ନୋବେଲ

Above Post Content

ମଙ୍ଗଳବାର ଦିନ ପଦାର୍ଥ ବିଜ୍ଞାନ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଦିଆଯିବ ବୋଲି ଘୋଷଣା ହୋଇଛି । ଏହି ତିନି ବୈଜ୍ଞାନିକଙ୍କ ନାମ ହେଉଛି ଏଲେନ୍ ଆସପେକ୍ଟ,ଜନ୍ ଏଫ୍ କ୍ଲାଂସର ଓ ଏଣ୍ଟନ ଜେଲିଙ୍ଗର । ସେମାନଙ୍କୁ ଏହି ସମ୍ମାନ କ୍ୱାଣ୍ଟମ ଇନଫର୍ମେସନ୍ ସାଇନ୍ସ ଓ ଫୋଟେନ୍ସ ଉପରେ ଗବେଷଣା ଲାଗି ମିଳିଛି । ଏଲେନ୍ ଫ୍ରାନ୍ସ ନାଗରିକ ହୋଇଥିବା ବେଳେ କ୍ଲାଂସର ଆମେରିକୀୟ ନାଗରିକ ଓ ଜେଲିଙ୍ଗର ଅଷ୍ଟ୍ରିୟାରୁ ଆସନ୍ତି ।

ତିନି ବୈଜ୍ଞାନିକ entangled quantum states ଉପରେ କରିଥିବା ଗବେଷଣା ପାଇଁ ଏହି ସମ୍ମାନ ପାଇବେ । ଏଥିରେ ଦୁଇଟି ପାର୍ଟିକଲ ଅଲଗା ବ୍ୟବହାର କରିଥାନ୍ତି । ଏହି ଦୁଇ ପାର୍ଟିକଲଙ୍କୁ ଅଲଗା କରିଲେ ମଧ୍ୟ ସେମାନଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସେନାହିଁ ।

After 2nd paragraph post ads

ଏ ଗବେଷଣାର ଲାଭ କ’ଣ ?

ଏହି ଗବେଷଣାର ଲାଭ କେବଳ ନୂଆ ଟେକ୍ନୋଲଜି ବିକାଶ ପାଇଁ କରାଯିବ ନାହିଁ ଅଧିକନ୍ତୁ ଏହାଦ୍ୱାରା ଫିଜିକ୍ସର କ୍ୱାଣ୍ଟମ୍ ଇନଫର୍ମେଶନ ଥିଓରୀକୁ ମଧ୍ୟ ବଢା ଯାଇ ପାରିବ । ଗମ୍ଭୀର ରୋଗରେ ଚିକିତ୍ସାରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ।

Middle post content

ଶହେ ଜିବି ଡାଟା ୱାନ୍ ଜିବି ମେମୋରି କାର୍ଡରେ ?

ଏହି ଟେକ୍ନୋଲୋଜି ଦ୍ୱାରା ଏକ ଶହ ଜିବ ଡାଟାକୁ ସଂକୁଚିତ କରି ଏକ ଜିବି କାର୍ଡରେ ରଖା ଯାଇପାରିବ । କ୍ୱାଣ୍ଟମ୍ ଏନଟାଙ୍ଗଲମେଣ୍ଟ୍ ଏକ ଜଟିଳ ପ୍ରକିୟା । ଏହାକୁ ସହଜରେ ବୁଝା ଯାଇ ପାରିବ ନାହିଁ । ତେବେ ବୈଜ୍ଞାନିକଙ୍କ ବିଶ୍ୱାସ ଯେ, ଏହି ଟେକ୍ନୋଲୋଜି ବ୍ୟବହାର କରି ଭବିଷ୍ୟତରେ ବର୍ତ୍ତମାନର ସୁପର କମ୍ପ୍ୟୁଟର ଠାରୁ ଢେର ଶକ୍ତିଶାଳୀ ଓ ସୁପର ଫାଷ୍ଟ କମ୍ପ୍ୟୁଟର ତିଆର କରାଯାଇ ପାରିବ । ଏହା ଦ୍ୱାରା ମଧ୍ୟ କ୍ୱାଣ୍ଟମ୍ ସଂଚାର ବ୍ୟବସ୍ଥା ବିକଶିତ କରାଯାଇ ପାରିବ । ଗୋଟିଏ ଗ୍ରହରୁ ଅନ୍ୟ ଗ୍ରହକୁ ଯାତ୍ରା ପାଇଁ ଏହି ଟେକ୍ନୋଲୋଜିକୁ ବ୍ୟବହାର କରାଯାଇ ପାରିବ । ଅନ୍ତରୀକ୍ଷରୁ ଶକ୍ତି ନିଆ ଯାଇପାରିବ ଓ ଅଣା ଯାଇପାରିବ । ତେବେ ଏହାର ସବୁଠାରୁ ବଡ଼ ଲାଭ କଥା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଭାବିବେ ଏହା ମିଥ୍ୟା କିମ୍ବା କଳ୍ପନାର ଉଡ଼ାଣ ।

ଗୋଟିଏ ସେକେଣ୍ଡରେ ନୂଆଦିଲ୍ଲୀରୁ ନ୍ୟୁୟର୍କ

ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ଟେଲି ଟ୍ରାନ୍ସପୋର୍ଟେସନ୍ ବ୍ୟବସ୍ଥା ବିକଶିତ କରାଯାଇ ପାରିବ ବୋଲି ବୈଜ୍ଞାନିକଙ୍କ ବିଶ୍ୱାସ । ଟେଲି ଟ୍ରାନ୍ସପୋର୍ଟେସନ୍ ହେଉଛି ସେହି ଟେକ୍ନୋଲୋଜି ଯେଉଁଥିରେ ଜଣେ ବ୍ୟକ୍ତି ବା ପଦାର୍ଥକୁ ଗୋଟିଏ ସ୍ଥାନରୁ ମାତ୍ର କେଇ ସେକେଣ୍ଡରେ ଅନ୍ୟ ସ୍ଥାନକୁ ପଠା ଯାଇପାରେ । ଏଥିରେ ବ୍ୟକ୍ତିକୁ ଅଣୁରେ ପରିଣତ କରି ଟ୍ରାନ୍ସପୋର୍ଟ କରାଯାଏ । ଡେଷ୍ଟିନେସନ୍ ପଏଣ୍ଟ୍ ବା ଗନ୍ତବ୍ୟସ୍ଥଳରେ ଅଣୁ ପୁଣି ଏକାଠି ହୋଇ ବ୍ୟକ୍ତି କିମ୍ବା ବସ୍ତୁର ରୂପ ନିଏ । ଅର୍ଥାତ ଭବିଷ୍ୟତରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ଟ୍ରେନ୍,ବସ କି୍ମବା ବିମାନର ଆବଶ୍ୟକତା ପଡି଼ବ ନାହିଁ । ଜଣେ ବ୍ୟକ୍ତି ଗୋଟିଏ ଟେଲି ଟ୍ରାନ୍ସପୋର୍ଟେସନ ସିଷ୍ଟମକୁ ଯାଇ ନିଜକୁ ଅନ୍ୟସ୍ଥାନକୁ ଟ୍ରାନସଫର କରିପାରିବେ । ଠିକ୍ ଗୋଟିଏ ଫୋନରୁ ଆଉ ଗୋଟିଏ ଫୋନକୁ ଡାଟା ଟ୍ରାନସଫର କରିବା ଭଳି । ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତି ଯଦି ଭବିଷ୍ୟତରେ ନୂଆଦିଲ୍ଲୀରୁ ନ୍ୟୁୟର୍କ ଯିବାକୁ ଚାହିଁବେ ତେବେ ତାଙ୍କୁ ଗୋଟିଏ ଟେଲିଟ୍ରାନ୍ସପୋର୍ଟେସନ୍ ସିଷ୍ଟମ ଦ୍ୱାରା ନ୍ୟୁୟର୍କ ଟ୍ରାନସପୋର୍ଟ୍ କରି ଦିଆଯିବଦିଲ୍ଲୀରୁ ସେହି ବ୍ୟକ୍ତି ଅଣୁରେ ପରିଣତ ହୋଇଯିବେ ଓ ନ୍ୟୁୟର୍କରେ ପହଂଚି ପୂର୍ବ ସ୍ୱରୂପକୁ ଫେରି ଆସିବେ,ତାହା ମଧ୍ୟ ମାତ୍ର କେଇ ସେକେଣ୍ଡ୍ ମଧ୍ୟରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami