ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ନବୀନ

Above Post Content

ଭୁବନେଶ୍ୱର: ହିଂଜିଳି ପରେ କଣ୍ଟାବାଞ୍ଜିରେ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜର ଦ୍ୱିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି ନବୀନ । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ନବୀନଙ୍କୁ ଦେଖିବାକୁ ଲୋକଙ୍କ ଭିଡ

After 2nd paragraph post ads
Middle post content

ତୁଷରା ଏୟାର ଷ୍ଟ୍ରିପରେ ଓହ୍ଲାଇ ଟିଟିଲାଗଡ଼ ସିଟି ସ୍କୁଲ ପ୍ଲେ ଗ୍ରାଉଣ୍ଡରେ ପହଞ୍ଚିଥିଲେ ନବୀନ । ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ରାସ୍ତାର ଦୁଇ ପାଖରେ ନବୀନଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା । ଯୁବ, ଛାତ୍ର ଓ ମହିଳା ଏକତ୍ରିତ ହୋଇ ନବୀନଙ୍କୁ ସ୍ୱାଗତ କରିଥିଲେ । ମହିଳାମାନେ ଫୁଲ ପକାଇ ଆପଣାର ନେତାଙ୍କୁ ପାଛୋଟି ନେଉଥିଲେ । ରାସ୍ତା ସାରା ନବୀନଙ୍କ ଉପରେ ହେଉଥିଲା ପୁଷ୍ପବୃଷ୍ଟି । ନବୀନ କଣ୍ଟାବାଞ୍ଜିରୁ ଲଢୁଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ବେଶ୍ ବାରି ହୋଇପଡୁଥିଲା । ଲୋକଙ୍କ ମଧ୍ୟରେ ଖୁସି ପ୍ରତିଫଳିତ ହେଉଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବା ଓ ସମର୍ଥନକୁ ଜଣାଉଥିଲେ ଜନସାଧାରଣ ।

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ କଲେ ପୁଷ୍ପ ମାଲ୍ୟାର୍ପଣ

ବିପୁଳ ସମ୍ବର୍ଦ୍ଧନା ସହ କଣ୍ଟାବାଞ୍ଜିରୁ ଲଢୁଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇଥିଲେ ଜନତା । ନବୀନଙ୍କୁ ପାଇ ପୂରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଟିଟିଲାଗଡ଼ ଥାନା ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନବୀନ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ôଥପତ୍ର ଦାଖଲ କରିଥିଲେ । ଚଳିତ ନିର୍ବାଚନରେ ନବୀନ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ବି ପ୍ରାର୍ଥୀ ହୋଇଛନ୍ତି । ଗତ ୩୦ ତାରିଖରେ ସେ ହିଞ୍ଜିଳି ଆସନ ପାଇଁ ପ୍ରାର୍ôଥପତ୍ର ଦାଖଲେ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami