ଭୋଟରଙ୍କ ପାଇଁ ଖୁସି ଖବର, ଆରମ୍ଭ ହେଲା ହୋମ ଭୋଟିଂ

Above Post Content

ଭୁବନେଶ୍ୱର : ଆଉ ଭୋଟ ଦେବାକୁ ଯିବାକୁ ପଡ଼ିବନି ମତଦାନ କେନ୍ଦ୍ର । ଏଥର ଘରେ ବସି ଭୋଟ ଦେବେ ଭୋଟର । ଏହି ଗଣତନ୍ତ୍ରର ବଡ଼ ପର୍ବରେ ସାମିଲ ହୋଇ ମତଦାନ କରିବାକୁ ଆଉ ଯିବାକୁ ପଡି଼ବନି ପୋଲିଂ ବୁଥ । ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ ହୋଇଛି ହୋମ ଭୋଟିଂ । ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ଜିଲ୍ଲାରେ ଥିବା ୮୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ଘରେ ରହି ଭୋଟଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।

Middle post content

ଜିଲାର ୧୭୦୪ ଭୋଟର ଘରେ କରିବେ ମତଦାନ

After 2nd paragraph post ads

ପୋଲିଂ ଅଫିସର ମାନେ ବିଭିନ୍ନ ଲୋକଙ୍କ ଘରକୁ ଯାଇ ହୋମ ଭୋଟିଂ କରାଇଥିଲେ । ଦିବ୍ୟାଙ୍ଗ ଓ ୮୫ରୁ ଅଧିକ ବର୍ଷର ବୃଦ୍ଧ ଆଉ ବୃଦ୍ଧା ମାନେ ଘରେ ବସି ବାଲାଟ ପେପର ଜରିଆରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଆଜି ଭୁବନେଶ୍ୱରରେ ୧୨୨ ମଧ୍ୟ ନିର୍ବାଚନମଣ୍ଡଳିର ଡକ୍ଟର ସୃତି ମହାପାତ୍ର ଓ ଲକ୍ଷ୍ମୀସାଗର ଅଂଚଳର ଜଣେ ବୃଦ୍ଧ ନିଜର ମତଦାନ କରିଛନ୍ତି । ଜିଲ୍ଲାରେ ମୋଟ ୧୭୦୪ ଜଣ ଭୋଟର ନିଜର ଘରେ ରହି ମତଦାନ କରିବେ । ସେମାନଙ୍କ ମଧ୍ୟରେ ୧୨୧୮ ଜଣ ୮୫ ବର୍ଷ ବୟସରୁ ଋର୍ଦ୍ଧ ଏବଂ ୪୮୬ ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି । ପୂର୍ବରୁ ଘରେ ରହି ଭୋଟ ଦେବା ପାଇଁ ସେମାନଙ୍କଠାରୁ ସ୍ୱୀକୃତି ଗ୍ରହଣ କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami