ଦିଗପହଣ୍ଡିରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

Above Post Content

ବ୍ରହ୍ମପୁର: ଗଞ୍ଜାମ ଜିଲା ଦିଗପହଣ୍ଡିରେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ସେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ରଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ମମତା ଯୋଜନା ଠାରୁ ଆରମ୍ଭ କରି ମଧୁବାବୁ ଭତ୍ତା, କାଳିଆ, ନୂଆ-ଓ, ରାସ୍ତାଘାଟ ଉନ୍ନତି ସବୁ ବିକାଶମୂଳକ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ସେ ରାଜ୍ୟବାସୀଙ୍କ ପାଇଁ ଦିନରାତି କାମ କରୁଛନ୍ତି । ଦିଗପହଣ୍ଡିର ଭୋଟର ନିଜର ମୂଲ୍ୟବାନ ଭୋଟକୁ ନଷ୍ଟ କରନ୍ତୁ ନାହିଁ । ଉଚିତ ଲୋକ ଦେଖି ଭୋଟ ଦେବାକୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର ସବୁ ବେଳେ ଆପଣଙ୍କ ସହ ଅଛନ୍ତି । ଆପଣଙ୍କ ପଛରେ ମୁଖ୍ୟମନ୍ତ୍ରୀ, ମୁଁ ଓ ଆପଣଙ୍କ ଅଞ୍ଚଳର ବିଜେଡିର ଦୁଇ ପ୍ରାର୍ଥୀ ସବୁବେଳେ ଅଛନ୍ତି ଓ ରହିବେ । ସେମାନଙ୍କୁ ବଡ ମାର୍ଜିନରେ ଜିତାଇବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami