ନାଁ ନ ନେଇ ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ

Above Post Content

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନନେଇ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବୁର୍ଲାରେ ଅନୁଷ୍ଠିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କନ୍‌ଭେନସନରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ବିଏସ୍‌କେୱାଇ ପରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଅଭିଯୋଗ କରିଛନ୍ତି । ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟର ସାଧାରଣ ଲୋକଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ବିଏସ୍‌କେୱାଇ ଠାରୁ ଆରମ୍ଭ କରି ଛାତ୍ର ବୃତ୍ତି, ସବୁ ଯୋଜନା ରାଜ୍ୟବାସୀଙ୍କ ଦୁଃଖ ଦୂର କରିଛି । ଏଥିରୁ ବିଏସ୍‌କେୱାଇ ହେଉଛି ରାଜ୍ୟର ୧ ନମ୍ୱର ଯୋଜନା କିନ୍ତୁ ଲୋକଙ୍କ ସୁଖ କେନ୍ଦ୍ରମନ୍ତ୍ରୀଙ୍କ ଦେଖିପାରୁ ନାହାନ୍ତି । ଲୋକଙ୍କ ସମସ୍ୟା ଦୂର ହେବାକୁ ସେ ଗ୍ରହଣ କରିପାରୁ ନାହାନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି । ସେଥିପାଇଁ କ୍ଷମତାକୁ ଆସିଲେ ସେ ସର୍ବ ପ୍ରଥମେ ବିଏସ୍‌କେୱାଇ ଯୋଜନାକୁ ବନ୍ଦ କରିବେ ।

Middle post content

ଗରିବଙ୍କ ସୁଖ ଦେଖିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ

After 2nd paragraph post ads

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଶ୍ରମିକ, ଚାଷୀ ଓ ଗରୀବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ପ୍ରଣୟନ କରିଛନ୍ତି । ବଡ ବଡ ହସପିଟାଲରେ ଚିକିତ୍ସା କରାଇବା ପାଇଁ ବିଏସ୍‌କେୱାଇଁ ସ୍ମାର୍ଟ କାର୍ଡ ମାଧ୍ୟମରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସାହସ ଦେଇଛନ୍ତି । ଏହି ଯୋଜନାରେ ପ୍ରତି ମାସରେ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାସିକ ହାରାହାରି ଦେଢ଼ ଲକ୍ଷ ଲୋକ ଏହାଦ୍ୱାର ଉପକୃତ ହେଉଛନ୍ତି । ରାଜ୍ୟର ପାଖାପାଖି ୯୦ ପ୍ରତିଶତ ଲୋକ ଏହି ଯୋଜନାର ସୁଫଳ ପାଉଛନ୍ତି । ଏହି ଯୋଜନାକୁ ନେଇ ସମସ୍ତେ ଖୁସୀ ଅଛନ୍ତି; କିନ୍ତୁ ଲୋକଙ୍କ ଖୁସୀ ଦେଖିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ । ସେ କ୍ଷମତାକୁ ଆସିଲାମାତ୍ରେ ପ୍ରଥମେ ବିଏସକେୱାଇ ଯୋଜନାକୁ ବନ୍ଦ କରିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଗରିବ, ଶ୍ରମିକ, ଚାଷୀ ପରିବାରର କଲେଜ ପିଲାଙ୍କୁ ବୃତ୍ତି ଦେବାରେ ଓଡ଼ିଶା ଏକମାତ୍ର ରାଜ୍ୟ । ସମ୍ପ୍ରତି ୯୮ ପ୍ରତିଶତ କଲେଜ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ନୂଆ-ଓ ସ୍କଲାରସିପ ପ୍ରଦାନ କରୁଛନ୍ତି । ଏହି ଯୋଜନା ମାଧ୍ୟମରେ ଶ୍ରମିକ ପରିବାରର ପିଲାମାନେ ଉପକୃତ ହେଉଛନ୍ତି । ମାତ୍ର କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର କେତେ ପିଲାଙ୍କୁ ବୃତ୍ତି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami