୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ ରୁ ୫ ନୂଆ ମୁହଁ

Above Post Content

ଭୁବନେଶ୍ୱର : ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି । ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଘୋଷଣା ହୋଇଥିବା ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି । କାକଟପୁରରୁ ତୁଷାରକାନ୍ତି ବେହେରାଙ୍କ ଉପରେ ପଣି ବିଜେଡି ଆସ୍ଥାପ୍ରକଟ କରିଥିବାବେଳେ ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡିି, ବରୀରୁ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି ।

Middle post content

ବାକି ଅଛି ଆଉ ୬ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା

After 2nd paragraph post ads

ବରୀରେ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବାଲିକୁଦା-ଏରସମାରୁ ସାରଦା ଜେନା ପ୍ରଥମ ଥର ବିଜେଡିରୁ ଲଢ଼ିବେ । ରଘୁନନ୍ଦନ ଦାସଙ୍କ ସ୍ଥାନରେ ତାଙ୍କୁ ଟିକେଟ ମିଳିଛି । ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ରଂଜିତା ମାର୍ଣ୍ଡିଙ୍କୁ ଟିକେଟ୍ ମିଳିଛି । ପୂର୍ବରୁ ୧୩୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ୬ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆଉ ୬ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami