ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ ଅପିଲ କଲେ ନବୀନ ଓ ପାଣ୍ଡିଆନ୍‌

Above Post Content

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ନିଜର ପାରମ୍ପରିକ ଆସନରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ପୂର୍ବରୁ ସୋମବାର ଭିଡିଓ ଜାରି କରି ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ଭାଇ ଭଉଣୀ ଯୋଡ଼ି ଶଙ୍ଖରେ ଭୋଟ ଦିଅନ୍ତୁ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ଦୁଇ ହାତରେ ଦୁଇଟି ଶଙ୍ଖ ଚିହ୍ନ ଧରି ନିଜ ଅଞ୍ଚଳର ଉଭୟ ବିଜେଡି ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

Middle post content

ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ଆହ୍ୱାନ

After 2nd paragraph post ads

ସେହିପରି ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ୍ ମଧ୍ୟ ଦୁଇ ହାତରେ ଦୁଇଟି ଶଙ୍ଖ ଲୋଗୋ ଧରି ବିଜେଡିର ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ନିଜର ମହତ୍ୱପୂର୍ଣ୍ଣ ଭୋଟ ଦେବା ଲାଗି ଅପିଲ କରିଛନ୍ତି । ପାଣ୍ଡିଆନ୍ କହିଛନ୍ତି ଯେ, ଆସନ୍ତାକାଲି ନବୀନ ବାବୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ । ଆସନ୍ତୁ ଆମେ ସମସ୍ତେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ବିଜୁ ଜନତା ଦଳର ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିପୁଳ ବ୍ୟବଧାନରେ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami