ଏପ୍ରିଲ ୨୫ରୁ ରାଜ୍ୟରେ ଖରାଛୁଟି

Above Post Content

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୫ ତାରିଖରୁ ରାଜ୍ୟରେ ସମସ୍ତ ସରକାରୀ ଓ ବେରସକାରୀ ସ୍କୁଲଗୁଡ଼ିକରେ ଖରାଛୁଟି କରାଯିବ । ଏନେଇ ରାଜ୍ୟ ସରକାର ରବିବାର ଘୋଷଣା କରିଛନ୍ତି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାଦ ବଢିବାରେ ଲାଗିଛି । ସକାଳ ୮ଟାରୁ ତାପମାତ୍ରା ବୃଦ୍ଧି ପାଉଛି । ପୂର୍ବାହ୍ନ ୧୦ଟା ପରେ ଘରୁ ବାହାରିବା ସମ୍ଭବ ହେଉନାହିଁ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Middle post content

୨୪ ପର୍ଯ୍ୟନ୍ତ ସ୍କୁଲ ରହିବ ଖୋଲା

After 2nd paragraph post ads

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ । ତେବେ ଏପ୍ରିଲ ୨୫ରୁ ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶ ଘୋଷଣା କରିଛନ୍ତି । ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ/ଶିକ୍ଷକମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍କୁଲ ପରିଚାଳନା କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami