୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳି ବିଧାନସଭା ଆସନ ପାଇଁ ସେ ନାମାଙ୍କନପତ୍ର ଦାଖଲ କରିବେ । ସେହି ଦିନ ସେ ପ୍ରଥମେ ତାରା ତାରିଣୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବେ । ପରେ ନାମାଙ୍କନପତ୍ର ଦାଖଲ କରି ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାର ଏକ ମାରାଥନ୍ ଅଭିଯାନ କାର‌୍ୟ୍ୟକ୍ରମ କରିବେ ବୋଲି ଜଣାଯାଇଛି ।

Middle post content

୨୪ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

After 2nd paragraph post ads

ମେ ୧ରେ ମୁଖ୍ୟମନ୍ତ୍ରୀ ଖଲ୍ଲିକୋଟ, କବିସୁର୍ଯ୍ୟନଗର, ଦିଗପହଣ୍ଡି ଏବଂ ଛତ୍ରପୁରରେ ପ୍ରଚାର କରିବେ । ଭଞ୍ଜନଗର, ପୋଲସରା, ସାନଖେମୁଣ୍ଡି ଏବଂ ସୋରଡ଼ାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବେ । ମେ ୩ ରେ ରାଲି ଅନୁଷ୍ଠିତ ହେବ । ସେହିପରି ଗୋପାଳପୁର ଏବଂ ଆସିକାରେ ନବୀନଙ୍କର ଦୁଇଟି ସାଧାରଣ ସଭା ରହିଛି । ବିଜେଡି ସୁପ୍ରିମୋ ତଥା ଦଳର ଟପ୍ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ । ତାଙ୍କ ସହ ପ୍ରଚାର ପାଇଁ ଦଳର ବରିଷ୍ଠ ନେତା ତଥା ନବିନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ହିଞ୍ଜିଳି ଗସ୍ତ କରିବେ । ଏପ୍ରିଲ ୨୪ ରେ ସକାଳ ସାଢେ ୧୦ଟାରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ତା’ପରେ ପୂର୍ବାହ୍ନ ସାଢେ୧୧ଟା ରେ ଶେରଗଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ । କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରିପୋର୍ଟରେ କୁହାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami