୨୪ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

Above Post Content

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ ତାରିଖ । ସାଧାରଣ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ସାଧାରଣ ଲୋକଙ୍କ ଭିତରେ ମଧ୍ୟ ବଢୁଛି ଚର୍ଚ୍ଚା । ତେବେ ଏ ସବୁ ଭିତରେ ବିଜେଡି ସୁପ୍ରିମୋଙ୍କ ପ୍ରଚାରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମେ ୧୩ ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟୟ ଭୋଟ । ଅର୍ଥାତ୍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ । ଦିନକୁ ଦିନ ରାଜନୈତିକ ପରିବେଶ ଗରମ ହେଉଥିବା ବେଳେ ପ୍ରତିଟି ଦଳ ପକ୍ଷରୁ କିପରି ପ୍ରଚାର କରାଯିବ ଏବଂ କେମିତି ଲୋକଙ୍କୁ ଆକୃଷ୍ଟ କରାଯିବ ସେଥିଲାଗି ଜୋରଦାର ପ୍ରୟାସ ହେଉଛି । ଏହାରି ଭିତରେ ଭୋଟ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୪ ତାରିଖରେ ନବୀନ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ।

Middle post content

ହିଞ୍ଜିଳି ଓ ଶେରଗଡ଼ରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ନବୀନ

After 2nd paragraph post ads

ଦଳର ସୁପ୍ରିମୋ ଆସନ୍ତା ୨୪ ତାରିଖରେ ହିଞ୍ଜିଳି ଓ ଶେରଗଡ଼ରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ । ବିଜେଡିକୁ ଭୋଟ ଦେବାକୁ ସାଧାରଣ ଜନତାଙ୍କୁ ନିବେଦନ କରିବେ ନବୀନ । ତେବେ ନବୀନଙ୍କ ଗସ୍ତ ନେଇ ଗଞ୍ଜାମ ବିଜେଡ଼ିରେ ଉତ୍ସାହର ମହଲ ସୃଷ୍ଟି ହୋଇଛି । ତେବେ ୨୪ରେ ନବୀନ ଗଞ୍ଜାମରେ ଦୁଇଟି ସମାବେଶ କରି ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗଞ୍ଜାମ ଗସ୍ତ କରିବେ । ସେହିପରି ଆସନ୍ତା ୨୫ ତାରିଖରେ ନବୀନ ପଟ୍ଟନାୟକ ଗୁଣୁପୁର ଓ ବିଷମକଟକ ଗସ୍ତରେ ଯାଇ ଜନସାଧାରଣକୁ ସମ୍ବୋଧିତ କରିବେ । ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିବା ପରେ ୪ର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ କାର୍ଯ୍ୟ ସୂଚୀ ଅନୁସାରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami