ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

Above Post Content

ଭୁବନେଶ୍ୱର : ବିଜେଡ଼ି ତାର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଞ୍ଜିତା ମାରାଣ୍ଡି, ବରୀରୁ ବିଶ୍ୱରଂଜନ ମଲ୍ଲିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

Middle post content

୬ ଟି ଆସନର ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

After 2nd paragraph post ads

ସପ୍ତମ ପର୍ଯ୍ୟାୟରେ ମୋଟ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି । ଏବେ ମଧ୍ୟ ବିଜେଡି ପକ୍ଷରୁ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଅର୍ଥାତ ଏବେ ସୁଦ୍ଧା ବିଜେଡି ୧୪୧ ଆସନ ପାଇଁ ଏହାର ଯୋଦ୍ଧାଙ୍କୁ ରଣଭୂମୀରେ ଅବତୀର୍ଣ କରି ସାରିଛି । ଏଥିରେ ବରୀରେ ବର୍ତ୍ତମାନର ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ନେଲେ ବିଶ୍ୱରଂଜନ ମଲ୍ଲିକ ଟିକେଟ୍ ପାଇଛନ୍ତି । ଜଗତସିଂହପୁର ବାଲିକୁଦା ଏରସମାରୁ ସାରଦା ଜେନା ପ୍ରଥମ ଥର ବିଜେଡିରୁ ଲଢ଼ିବେ । ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନା ପାଇଲେ ଟିକେଟ୍ । ସେହିଭଳି ମୟୁରଭଞ୍ଜ ବାଙ୍ଗିରିପୋଷିରେ ସୁଦାମ ମାରାଣ୍ଡିଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ରଂଜିତା ମାରାଣ୍ଡି ଟିକେଟ୍ ପାଇଛନ୍ତି । ବର୍ତ୍ତମାନର ଢେଙ୍କାନାଳ ଏମପି ମହେଶ ସାହୁ ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ । ସୀମା ନାୟକଙ୍କ ଜାଗାରେ ମହେଶଙ୍କୁ ଟିକେଟ ଦିଆଯାଇଛି । ରଘୁନାଥପାଲୀରେ ସୁବ୍ରତ ତରାଇଙ୍କ ସ୍ଥାନରେ ଅର୍ଚ୍ଚନା ବେହେରା ଟିକେଟ୍ ପାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami