ଏମିତି ମନ୍ଦିର ଯେଉଁଠି ପୂଜକଙ୍କୁ ମିଳେ ଋତୁସ୍ରାବ ଛୁଟି

Above Post Content

ଅଯୋଧ୍ୟା: ମହିଳାମାନେ ମାସିକ ଋତୁସ୍ରାବଜନିତ କଷ୍ଟ ଭୋଗିଥାନ୍ତି । ଏଥିଲାଗି ବିଭିନ୍ନ କାର୍ଯ୍ୟାଳୟରେ ଛୁଟି ନେବା ପାଇଁ ଦାବି ହୋଇଆସୁଛି । ହେଲେ ଏଠାରେ ପୁରୁଷମାନଙ୍କୁ ମିଳେ ଋତୁସ୍ରାବ ଛୁଟି । ଏହା ଶୁଣିବା ପରେ ଆପଣଙ୍କୁ ଅଜବ ଲାଗିପାରେ । କିନ୍ତୁ ଏହା ସତ । ଅଯୋଧ୍ୟାରେ ଏପରି ଏକ ମନ୍ଦିର ଅଛି ଯେଉଁଠି ପୂଜକମାନଙ୍କୁ ଋତୁସ୍ରାବ ଛୁଟି ମିଳିଥାଏ । ଆଉ ଏହି ଛୁଟି ଅଯୋଧ୍ୟାର ପ୍ରଶାସନ କି ସରକାର ନୁହେଁ ମନ୍ଦିରରେ ବିରାଜିତ ମାତା ସୀତା ଓ ରାମ ଅନୁମତି ଦେଇଥାନ୍ତି ।

କେଉଁ କାଳରୁ ଚଳି ଆସୁଛି ଏହି ପରମ୍ପରା

After 2nd paragraph post ads
Middle post content

ଅଯୋଧ୍ୟାର ରାମକୋଟରେ ଯୁଗଳ ମାଧୁରୀ କୁଞ୍ଜ ନାମକ ଏକ ମନ୍ଦିର ରହିଛି । ଅଯୋଧ୍ୟା ରାଜା ହନୁମାନଗଡ଼ି ନାମରେ ଏହି ଜମି ଦାନ କରିଥିଲେ । ଏହି ମନ୍ଦିରରେ ରାମ ସୀତାଙ୍କ ସହିତ ତାଙ୍କ ସଖୀଙ୍କ ମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି । ଏହି ମନ୍ଦିରର ପୁରୋହିତ ହେଉଛନ୍ତି ରାଜ ବାହାଦୂର । ପ୍ରତିଦିନ ଠିକ୍ ସମୟରେ ପହଞ୍ଚି ସେ ସମସ୍ତ ନୀତିକାନ୍ତି କରିଥାନ୍ତି । କିନ୍ତୁ ପ୍ରତ୍ୟେକ ମାସର ୭ଦିନ ଋତୁସ୍ରାବ ଜନିତ ଛୁଟି ନେଇଥାନ୍ତି । କାରଣ କେଉଁ କାଳରୁ ଏହି ପରମ୍ପରା ଚଳି ଆସୁଛି ।

ମନ୍ଦିରରେ ପୂଜକ ମୁଣ୍ଡରେ ଓଢଣୀ ଦେଇ ରହିଥାନ୍ତି

ଏପରି ପରମ୍ପରା ପାଳନ କରିବାର କାରଣ ଏଠାରେ କିଛି ଗୁପ୍ତନୀତି ପାଳନ କରାଯାଏ । ଅର୍ଥାତ୍ ଏହି ମନ୍ଦିରରେ ସଖୀ ପରମ୍ପରାର ପାଳନ କରାଯାଇଥାଏ । ମାନ୍ୟତା ରହିଛି ଯେ ମାତା ସୀତା ନିଜର ୮ଟି ସଖୀଙ୍କ ସହ ଅଯୋଧ୍ୟା ଆସିଥିଲେ । ଆଉ ଯେତେବେଳେ ଏହି ସଖୀମାନେ ଭଗବାନ ରାମଙ୍କ ସହିତ ରହି ନ ଥାଆନ୍ତି । ସେତେବେଳେ ମନ୍ଦିରର ପୂଜକ ସଖୀ ଭୂମିକା ପାଳନ କରନ୍ତି । ଏହି ସମୟରେ ମନ୍ଦିରର ପୂଜକ ନିଜ ମସ୍ତକରେ ଚନ୍ଦନ ଲଗାଇ ମୁଣ୍ଡରେ ଓଢଣୀ ପକାଇ ମନ୍ଦିରରେ ରହି ଥାଆନ୍ତି । ଏଥିସହ ରାମଙ୍କ ସମ୍ମୁଖରେ ନୃତ୍ୟ ମଧ୍ୟ କରନ୍ତି । ଏହି କାରଣରୁ ମନ୍ଦିରର ପୂଜକଙ୍କୁ ଋତୁସ୍ରାବ ପାଇଁ ଛୁଟି ମିଳିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami