ପୋଖରୀରେ ଫସିଗଲେ ପର୍ଯ୍ୟଟନ ମନ୍ତ୍ରୀ, ବାହାର କରିବାକୁ ଆସିଲା ଜେସିବି

Above Post Content

ନାଗାଲାଣ୍ଡ : ପୋଖରୀରେ ଫସିଗଲେ ମନ୍ତ୍ରୀ । ଯେତେ ଚେଷ୍ଟା କଲେ ବି ବାହାରି ପାରିଲେନି । ଏତେ ଓଜନ ଯେ ପାଣିରୁ ଉଠିବା ବି ମୁସ୍କିଲ ହୋଇପଡିଲା । ଶତଚେଷ୍ଟା କରି ମଧ୍ୟ ପାଖରେ ଥିବା ସହକର୍ମୀମାନେ ବିଫଳ ହେଲେ । ଶେଷରେ ଖୋଜା ପଡ଼ିଲା ଜେସିବି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ମନ୍ତ୍ରୀ କହିଲେ ଆଜି ଜେସିବିର ଭାଗ୍ୟ ପରୀକ୍ଷା

After 2nd paragraph post ads
Middle post content

ମନ୍ତ୍ରୀ ଜଣକ ହେଲେ ନାଗାଲାଣ୍ଡ ପର୍ଯ୍ୟଟନ ମନ୍ତ୍ରୀ ତଥା ଭାଜପା ନେତା ତେମଜେନ ଇମାନ ଆଲୋଙ୍ଗ । ନିଜର ମଜାଦାର ଅନ୍ଦାଜ ଓ ମଜାଳିଆ ଭିଡିଓ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣିଥରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ସେ ନିଜର ଏକ ମଜାଳିଆ ଭିଡିଓ ପୋଷ୍ଟ କରିଛନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ତେମଜେନ ପୋଖରୀରେ ଫସି ଯାଇଛନ୍ତି । ଯେତେ ଚେଷ୍ଟା ପରେ ତାଙ୍କୁ ବାହାର କରିବା ମୁସ୍କିଲ ହୋଇପଡିଛି । ଶେଷରେ ତାଙ୍କୁ ଜେସିବି ଆସି ଉଠାଯାଉଛି । ତାଙ୍କର ଏପରି କାରନାମାକୁ ସେ ଭିଡିଓରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଆଜି ଜେସିବିର ଭାଗ୍ୟ ପରୀକ୍ଷା । ମୁଁ ସବୁଠୁ ବଡ ମାଛ । ପାଣିରେ ପଡି ଆକ୍ତାମାକ୍ତ ହୋଇଗଲି । ତେବେ ଦୀର୍ଘସମୟର କସରତ ପରେ ସେ ପାଣିରୁ ବାହାରିଥିଲେ । ଆଉ ବାହାରିବା ପରେ ସେ ପ୍ରଥମେ ତାଙ୍କ ଚୌକିକୁ ଖୋଜିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami