୧୫ ଦିନରେ ୫ ଜଣଙ୍କୁ ଭାରତ ରତ୍ନ

Above Post Content

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ଭାରତ ରତ୍ନ ପୁରସ୍କାର ଦେବାରେ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ମୋଦି ସରକାର । ଗତ ୧୫ ଦିନ ମଧ୍ୟରେ ୫ଜଣ ବଡ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ, ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ କୃଷି ବିଶେଷଜ୍ଞ ଅଛନ୍ତି । ଚାରିଜଣଙ୍କୁ ମରଣୋତ୍ତର ସମ୍ମାନ ଦିଆଯିବ । ଏହି ୫ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଘୋଷଣା କରିଛନ୍ତି ।

୩ ଜଣଙ୍କ ନାଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ

After 2nd paragraph post ads
Middle post content

କେନ୍ଦ୍ର ସରକାର ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ କେନ୍ଦ୍ର ସରକାର ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ସେବୀ କର୍ପୂରୀ ଠାକୁର ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ନେଇ ଘୋଷଣା କରିଥିଲେ ।

୧୯୯୯ ରେ ୪ ଜଣ ବଡ ବ୍ୟକ୍ତିତ୍ୱଙ୍କୁ ମିଳିଥିଲା ଭାରତ ରତ୍ନ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନରେ ସମ୍ମାନିକ କରିବା ନେଇ ଘୋଷଣା କରି କହିଛନ୍ତି, ଚୌଧୁରୀ ଚରଣ ସିଂହ କୃଷି ଏବଂ କୃଷକଙ୍କ ଅଧିକାର ତଥା କଲ୍ୟାଣ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଛନ୍ତି । ସେହିପରି ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହା ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଭାରତକୁ ଆର୍ôଥକ ଦୃଷ୍ଟିରୁ ଉନ୍ନତ କରିବା ତଥା ଦେଶର ସମୃଦ୍ଧତା ଓ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମଏସ ସ୍ୱାମୀନାଥନଙ୍କ ନାମକୁ ଭାରତ ରତ୍ନ ପାଇଁ ଘୋଷଣା କରି କହିଛନ୍ତି, ଖୁବ୍ ଖୁସିର ବିଷୟ କି ଦେଶର କୃଷି ଓ କୃଷକଙ୍କ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ଡ. ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଯାଉଛନ୍ତି । ସେ ଦେଶର ଆହ୍ୱାନପୂର୍ଣ୍ଣ ସମୟରେ କୃଷି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଭାରତୀୟ କୃଷିକୁ ଆଧୁନିକୀକରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ କରିଥିଲେ ।ଡକ୍ଟର ସ୍ୱାମୀନାଥନଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କେବଳ ଭାରତୀୟ କୃଷିକୁ ପରିବର୍ତ୍ତନ କରିନାହିଁ, ବରଂ ଦେଶର ଖାଦ୍ୟ ନିରାପତ୍ତା ତଥା ସମୃଦ୍ଧତାକୁ ମଧ୍ୟ ଦୃଢ କରିଛି । ସେ ଜଣେ ବ୍ୟକ୍ତି, ଯାହାଙ୍କୁ ମୁଁ ଅତି ନିକଟରୁ ଜାଣିଥିଲି ଏବଂ ସର୍ବଦା ତାଙ୍କ ଦୃଷ୍ଟିକୋଣକୁ ସମ୍ମାନ ଜଣାଉଥିଲି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାରରେ ୪ ଜଣ ବଡ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami