ବଢୁଛି ମହିଳା ଭୋଟରଙ୍କ ସଂଖ୍ୟା

Above Post Content

ଭୁବନେଶ୍ୱର: ଗଣତନ୍ତ୍ରର ମହାପର୍ବରେ ବଢ଼଼ୁଛି ମହିଳା ଭୋଟରଙ୍କ ସଂଖ୍ୟା । ଅଧିକରୁ ଅଧିକ ସଂଖ୍ୟକ ମହିଳା ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ପାଇଁ ଭୋଟ କେନ୍ଦ୍ରରେ ପହଞ୍ଚୁଛନ୍ତି । ଏପରିସ୍ଥଳେ ୨୦୨୪ ସାଧାରଣ ନିର୍ବାଚନରେ ମହିଳା ଭୋଟରଙ୍କ ଶକ୍ତିର ସାକ୍ଷୀ ହେବ ଓଡ଼ିଶା । ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷ ଭୋଟରଙ୍କ ସଂଖ୍ୟା ଅଧିକ ରହିଥାଏ । ହେଲେ ଏବେ ସଚେତନତା ବୃଦ୍ଧି ହେଉ ଅବା ଭୋଟଦାନର ମୂଲ୍ୟବୋଧ, ଅଧିକରୁ ଅଧିକ ମହିଳା ମତଦାନ ପାଇଁ ଆସୁଛନ୍ତି । ଆଗାମୀ ନିର୍ବାଚନରେ ମହିଳା ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏଥର ଓଡ଼ିଶାରେ ପ୍ରାୟ ୪ହଜାର ବୁଥ୍ ପରିଚାଳନା ଦାୟିତ୍ୱରେ କେବଳ ମହିଳାମାନଙ୍କୁ ନିୟୋଜିତ କରାଯିବ । ସେହିପରି ୭୦୦ ମତଦାନ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଯୁବକଯୁବତୀ ରହିଥିବା ବେଳେ ୭୦୦ଟି ଆଦର୍ଶ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି ।

ମହିଳାଙ୍କ ପାଇଁ ସ୍ଥାପନ କରାଯିବ ସଖୀ ବୁଥ୍‌

After 2nd paragraph post ads
Middle post content

ମହିଳା ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ‘ସଖୀ’ ବୁଥ୍ ସ୍ଥାପନ କରାଯିବ । ୨୦୧୯ ନିର୍ବାଚନରେ ଯେଉଁସବୁ ଅଞ୍ଚଳରେ ମହିଳା ମତଦାନ ହାର କମ୍ ରହିଥିଲା, ସେଠାରେ ସଖୀ ବୁଥ୍ ସ୍ଥାପନ କରାଯିବ । ହାଦ୍ୱାରା ମହିଳା ଭୋଟରମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼଼ିବ । ଆଉ ସେମାନେ ମଧ୍ୟ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆଗ୍ରହୀ ହେବେ । ମହିଳା ବୁଥ୍‌ରେ ମହିଳା କର୍ମଚାରୀମାନେ ଓଡ଼ିଶା ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପିନ୍ଧିବେ ।ହସ୍ତଗତ ସୂଚନା ଅନୁସାରେ, ପ୍ରତି ଜିଲ୍ଲାରେ ଅନ୍ୟୁନ ୨୦% ଆଦର୍ଶ ମତଦାନ କେନ୍ଦ୍ର ରହିବ । ଏସବୁ ବୁଥ୍ ଯୁବଗୋଷ୍ଠୀ ଓ ଦିବ୍ୟାଙ୍ଗମାନେ ପରିଚାଳନା କରିବେ । ସେହିପରି ଅନ୍ୟୁନ ୧୦% ସଖୀ ବୁଥ୍ ପ୍ରତିଷ୍ଠା କରାଯିବ, ଯାହାକୁ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରିବେ ।

ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ମହିଳା ଭୋଟର

ଆଗାମୀ ନିର୍ବାଚନରେ ମହିଳା ଭୋଟରମାନେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ଉତ୍ସାହଜନକ ରହିଛି । ରାଜ୍ୟରେ କ୍ରମାଗତ ଭାବେ ପୁରୁଷ-ମହିଳା ଭୋଟର ତାରତମ୍ୟ ହ୍ରାସ ପାଇବାରେ ଲାଗିଛି । ୨୦୨୪ ଭୋଟର ତାଲିକା ଅନୁସାରେ ରାଜ୍ୟରେ ପ୍ରତି ୧ ହଜାର ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୯୭୨ । ୨୦୨୩ରେ ଏହି ସଂଖ୍ୟା ୯୬୧ ଥିବା ବେଳେ ୨୦୧୯ରେ ୯୪୬ ଓ ୨୦୧୪ରେ ୯୨୨ ରହିଥିଲା । ୨୦୨୯ ଓ ୨୦୨୪ ମଧ୍ୟରେ ଲିଙ୍ଗଗତ ତାରତମ୍ୟ ୩୬ ପଏଣ୍ଟ ହ୍ରାସ ପାଇଛି । ତେବେ ନୂଆ ଭୋଟର ତାଲିକା ଅନୁସାରେ, ରାଜ୍ୟର ୪୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ରାଜ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୬୮କୋଟି ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧.୬୪ କୋଟି । ୧୮-୧୯ ବର୍ଷ ମଧ୍ୟରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୭.୫୫ ଲକ୍ଷ ଥିବା ବେଳେ ସେଥିରୁ ମହିଳାଙ୍କ ସଂଖ୍ୟା ହେଉଛି ୩.୪ ଲକ୍ଷ । ଗତବର୍ଷ ଓଡ଼ିଶାରେ ୧୮-୧୯ବର୍ଷ ମଧ୍ୟରେ ୪.୭ଲକ୍ଷ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ଏହି ବର୍ଗର ଭୋଟରଙ୍କ ମଧ୍ୟରେ ପୁରୁଷ ଓ ମହିଳା ଅନୁପାତ ୭୩୯ରୁ ୮୩୭କୁ ବୃଦ୍ଧି ପାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami