ମିଳିଲାନି ଟିକେଟ, ବିଷ ପିଇଦେଲେ ଏମ୍‌ପି

Above Post Content

ନୂଆଦିଲ୍ଲୀ : ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ଘୋଷଣା ହେଲାଣି ପ୍ରାର୍ଥୀ ତାଲିକା ଘୋଷଣା । ହେଲେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଟିକେଟ ନ ମିଳିବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ଏମ୍‌ପି କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁରେ । ଏମ୍‌ପି ଜଣକ ହେଲେ ୭୬ ବର୍ଷୀୟ ଏ. ଗଣେଶମୂର୍ତ୍ତି । ସେ ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି ।

Middle post content

ଟିକେଟ ନ ମିଳିବାରୁ ମାନସିକ ଅବସାଦରେ ଥିଲେ

After 2nd paragraph post ads

ଏ. ଗଣେଶମୂର୍ତ୍ତି ଏମଡ଼ିଏମକେ ଦଳର ଏମ୍‌ପି ଅଛନ୍ତି । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ । ଏହାକୁ ନେଇ ଗତ କିଛି ଦିନ ହେଲା ସେ ମାନସିକ ଅବସାଦରେ ରହିଛନ୍ତି । ରବିବାର ଏ. ଗଣେଶମୂର୍ତ୍ତି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେ ପାଣିରେ କୀଟନାଶକ ମିଶାଇ ପିଇ ଦେଇଥିଲେ । ଏହାପରେ ତାଙ୍କ ଅବସ୍ଥା ଖରାପ ହେବାରୁ ବିଷ ପିଇ ଦେଇଥିବା ନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋଏମ୍ବଟୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଖବର ମିଳିବା ପରେ ତାମିଲନାଡ଼ୁ ସରକାରର ବହୁ ମନ୍ତ୍ରୀ, ବିଜେପି ନେତା ପ୍ରମୁଖ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଚଳିତ ଥର ଟିକେଟ ମିଳି ନ ଥିବାରୁ ସେ କିଛି ଦିନ ହେବ ମାନସିକ ଅବସାଦରେ ରହୁଥିଲେ । ତେଣୁ ଏପରି ଚରମ ପଦକ୍ଷେପ ଉଠାଇଥିବା ପରିବାର ପକ୍ଷରୁ କୁହାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami