ଏଣିକି ରାତିବେଳା ହେବ ଅସ୍ତ୍ରୋପଚାର

Above Post Content

ଭୁବନେଶ୍ୱର: ଏଣିକି ଅସ୍ତ୍ରୋପଚାର ପାଇଁ ଆଉ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି । ରାତିରେ ହିଁ ଗୁରୁତର ରୋଗୀଙ୍କ ଅସ୍ତ୍ରୋପଚାର କରାଯିବ । ଅସ୍ତ୍ରୋପଚାର ସହ ଏଥିପାଇଁ ଆବଶ୍ୟକ ଆନୁସଙ୍ଗିକ ପରୀକ୍ଷାନିରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ପ୍ରଥମେ କ୍ୟାପିଟାଲ ହସ୍ପିଟାଲରୁ ହିଁ ଏହି ବ୍ୟବସ୍ଥା ଆରମ୍ଭ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ପ୍ରମୁଖ ଡାକ୍ତରଖାନାରେ ରାତ୍ରକାଳୀନ ଅସ୍ତ୍ରୋପଚାର ବ୍ୟବସ୍ଥା ହେବ । ଅସ୍ତ୍ରୋପଚାର ଗୃହ ପରିଚାଳନା ପାଇଁ ତିନିଟି ସିଫ୍ଟରେ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ନିୟୋଜିତ ହେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି ।

କ୍ୟାପିଟାଲ ହସ୍ପିଟାଲରୁ ହିଁ ଆରମ୍ଭ ହେବ ଏହି ବ୍ୟବସ୍ଥା

After 2nd paragraph post ads
Middle post content

ସାଧାରଣତଃ ଅତି ଜରୁରୀ ମାମଲାରେ ମେଡିକାଲ କଲେଜରେ ରାତିବେଳା ଅସ୍ତ୍ରୋପଚାର ହୋଇପାରୁଛି । କିନ୍ତୁ ଅନ୍ୟ ସ୍ଥାନରେ ଅସ୍ତ୍ରୋପଚାର ପାଇଁ ସକାଳ ହେବାକୁ ଅପେକ୍ଷା କରିବାକୁ ପଡ଼ିଥାଏ । ଅଧିକାଂଶ ମାମଲାରେ ସକାଳୁ ଅସ୍ତ୍ରୋପଚାର ହୋଇପାରୁନାହିଁ । ଆରମ୍ଭ ହେବା ବେଳକୁ ପୂର୍ବାହ୍ନ ହୋଇଯାଉଛି । ତେବେ ରାଜଧାନୀର ମୁଖ୍ୟ ଡାକ୍ତରଖାନା ରୋଗୀ ଅବା ଆହତଙ୍କର ଜୀବନ ରକ୍ଷା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି ।

ମେଡିକାଲ କଲେଜ ଉପରୁ କମିବ ବୋଝ

କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୫ହଜାରରୁ ଅଧିକ ରୋଗୀ ଆସୁଥିବା ବେଳେ ଶତାଧିକ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ପହଞ୍ଚିଥାନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥାଏ । ଆଉ ଯଦି ରାତିରେ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀ ଆସନ୍ତି, ତା’ହେଲେ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଛଡ଼ା ଅନ୍ୟ କିଛି ବାଟ ନାହିଁ । ଏହାଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଷ୍ଟ ହେବାର ଆଶଙ୍କା ରହିଥାଏ । ସେହିପରି ଅନ୍ୟ ଉପାୟ ନ ପାଇ ଅନେକ ରୋଗୀ ଅବା ଆହତ ଘରୋଇ ଡାକ୍ତରଖାନା ଯିବାକୁ ବାଧ୍ୟ ହୋଇଥା’ନ୍ତି । ତେବେ ରାତି ସମୟରେ ଅସ୍ତ୍ରୋପଚାର ଆରମ୍ଭ ହେଲେ ରୋଗୀଙ୍କ ଜୀବନ ରକ୍ଷା ହେବ ଆଉ ମେଡିକାଲ କଲେଜ ଉପରୁ ବୋଝ କମିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami