ଆଙ୍କରଙ୍କ ସହିତ ଟିଭି ଷ୍ଟୁଡିଓକୁ ହାଇଜ୍ୟାକ୍ କଲା ମାଫିଆ ଗ୍ୟାଙ୍ଗ୍ !

Above Post Content

ମେକ୍ସିକୋ, କଲମ୍ବିଆ ଭଳି ଦେଶରେ ମାଫିଆ ସରକାରଠାରୁ ଶକ୍ତିଶାଳୀ ହୋଇଥାଏ । ଏହି ସବୁ ଦେଶରେ ସରକାର ମାଫିଆକୁ ଦମନ କରି ନ ଥାନ୍ତି ଓଲଟା ମାଫିଆ ସରକାରକୁ ଦମନ କରିଥାଏ । ସରକାରଙ୍କଠାରୁ ଅଧିକ ଧନୀ ଅପରାଧୀ ଗୋଷ୍ଠୀଙ୍କ ପାଖରେ ସେନା ଓ ପୋଲିସଠାରୁ ଅଧିକ ଶକ୍ତିଶାଳୀ ଅସ୍ତ୍ର ରହିଥାଏ । ତେଣୁ ସେମାନେ ସରକାରଙ୍କୁ ଖାତିର କରି ନ ଥାନ୍ତି । ଯାହାର ତାଜା ଉଦାହରଣ ଦକ୍ଷୀଣ ଆମେରିକୀୟ ରାଷ୍ଟ୍ର ଇକ୍ୱେଡରରେ ଦେଖିବାକୁ ମିଳିଛି । ଇକ୍ୱେଡରର ଗୋଟିଏ ଟିଭି ଚ୍ୟାନେଲକୁ ମାଫିଆ ଅପହରଣ କରି ନେଇଛି । ଆଉ ଏହି ଅପହରଣକାଣ୍ଡ ପୁରା ଦେଶ ଲାଇଭ୍ ଟିଭିରେ ଦେଖିଥିଲା । ଅପରାଧୀ ଖବର ପଢୁଥିବା ଆଙ୍କରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲାଇଭ୍ ଟିଭିରେ ଧମକ ଦେଇଥିଲେ ଓ କହିଥିଲେ ତୁମ ଟିଭିକୁ ଆମେ ହାଇଜ୍ୟାକ୍ କରିନେଇଛୁ ।

ଷ୍ଟୁଡିଓ ହାଇଜ୍ୟାକର ଲାଇଭ୍ ଦେଖିଥିଲେ ଦେଶବାସୀ

After 2nd paragraph post ads

ମୁଖାପିନ୍ଧା ବନ୍ଧୁକଧାରୀମାନେ ଇକ୍ୟୁଏଡରର ଗୋଟିଏ ଟେଲିଭିଜନ ଷ୍ଟୁଡିଓ ଉପରେ ଆକ୍ରମଣ କରି ଜଣେ ନ୍ୟୁଜ୍ ଆଙ୍କର୍ ଏବଂ ଅନ୍ୟମାନଙ୍କୁ ବନ୍ଧକ ରଖିଥିଲେ । ଏହି ବନ୍ଧୁକଧାରୀ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ହତ୍ୟା କରିବାକୁ ଧମକ ଦେଇ ଆତଙ୍କ ସୃଷ୍ଟି କରିଥିଲେ । ପ୍ରାୟ ୧୫ ମିନିଟ୍ ଧରି ଷ୍ଟୁଡିଓ ହାଇଜ୍ୟାକର ହାଇଡ୍ରାମା ଚାଲିଥିଲା । ସେନାର ଏଣ୍ଟ୍ରି ପରେ ଅପରାଧୀ ଷ୍ଟୁଡିଓ ଛାଡି ଚାଲିଯାଇଥିଲେ । କିନ୍ତୁ ଯେଉଁ ୧୫ ମିନିଟ ସେମାନଙ୍କ ନିୟନ୍ତ୍ରଣରେ ଷ୍ଟୁଡିଓ ରହିଥିଲା ତା’ରି ଭିତରେ ଇକ୍ୱେଡର ଦେଖିଥିଲା ମାଫିଆ କଣ କରିପାରେ ।

ଘଟଣା କେମିତି ଘଟିଲା ?

Middle post content

ପିସ୍ତଲ ଏବଂ ଡାଇନାମାଇଟ୍ ବାଡିରେ ସଜ୍ଜିତ ଅପରାଧି ଇକ୍ୟୁଏଡର ଗୁଆଆକିଲରେ ସହରର ଏକ ଟିଭି ଷ୍ଟୁଡିଓ ଉପରେ ଆକ୍ରମଣ କରିଥିଲେ । ସେମାନେ ଟିଭି ଷ୍ଟୁଡିଓକୁ ନିଜ ନିୟନ୍ତ୍ରଣକୁ ନେବା ସମୟରେ ଗୋଟିଏ ଲାଇଭ୍ କାର୍ଯ୍ୟକ୍ରମ ଚାଲୁଥିଲା । ଫଳରେ ପୁରା ଦେଶ ଏହି ଘଟଣାକୁ ଦେଖିଥିଲା । ଷ୍ଟୁଡିଓ ମଧ୍ୟକୁ ପ୍ରବେଶ କରି ଅପରାଧୀ ବୋମାମାଡ଼ କରିବା ଧମକ ଦେଇଥିଲେ । ଟିସି ଟେଲିଭିଜନର ସମ୍ବାଦ ମୁଖ୍ୟ ଆଲିନା ମେନରିକ କହିଛନ୍ତି ଯେ ସେ ଷ୍ଟୁଡିଓ ସମ୍ମୁଖରେ ଥିବା କଣ୍ଟ୍ରୋଲ ରୁମରେ ଘଟଣାବେଳେ ଥିଲେ । ମୁଖାପିନ୍ଧା କିଛି ଅପରାଧି ବିଲ୍ଡିଂରେ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ତାଙ୍କୁ ଚଟାଣରେ ବସିବାକୁ କହିଥିଲେ । ଏହି ଘଟଣା ଦୀର୍ଘ ସମୟ ଧରି ସିଧା ପ୍ରସାରଣ କରାଯାଇଥିଲା । ପ୍ରାୟ ୧୫ ମିନିଟ୍ ପରେ ଷ୍ଟେସନର ସଙ୍କେତ କଟିଯାଇଥିଲା । ସେ କହିଛନ୍ତି ଯେ ଆକ୍ରମଣକାରୀମାନେ ପୋଲିସ ଦ୍ୱାରା ଘେରି ରହିଥିବା ଜାଣିପାରି ଷ୍ଟୁଡିଓ ଛାଡି ପଳାଇଥିଲେ ।

ମାଫିଆର ଯୁଦ୍ଧ ଘୋଷଣା

ଇକ୍ୱେଡରର ସବୁଠାରୁ ବଡ ଡ୍ରଗ୍ ମାଫିଆ ଇକ୍ୟୁଏଡରର ଜେଲରୁ ଫେରାର ହୋଇଯିବା ପରେ ମଙ୍ଗଳବାର ଦିନ ଏହି କାଣ୍ଡ ଘଟିଥିଲା । ମାଫିଆ ବସ ଜେଲରୁ ଫେରାର ହେବା ପରେ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ଇକ୍ୟୁଏଡରର ରାଷ୍ଟ୍ରପତି ଡାନିଏଲ ନୋବୋଆ ଦେଶର ଶକ୍ତିଶାଳୀ ଅପରାଧିକ ଗୋଷ୍ଠୀ ବିରୋଧରେ ସାମରିକ ଅପରେସନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ମାଫିଆ ଦେଶରେ ଅନେକ ବ୍ୟକ୍ତିଙ୍କ ଅପହରଣ କରିଛି । ଯେଉଁମାନଙ୍କ ମଧ୍‌ଯରେ ପୋଲିସ କର୍ମୀଙ୍କଠାରୁ ସେନା ଅଧିକାରୀ ମଧ୍‌ଯ ଅଛନ୍ତି ।

ମାଫିଆ ଦମନ ପାଇଁ ରାଷ୍ଟ୍ରପତି ଡାନିଏଲ ନୋବୋଆ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଫଳରେ ଦେଶରେ ନାଗରିକ ଅଧିକାର ନିଲମ୍ବିତ ହୋଇଛି । ସେନାକୁ ବିଶେଷ ଅଧିକାର ପ୍ରଦାନ କରିଛି । ସେନା ଜେଲ ଭିତରେ ମଧ୍‌ଯ କାର୍ଯ୍‌ଯାନୁଷ୍ଠାନ ଗ୍ରହଣ କରିପାରିବ । ବନ୍ଧୁକଧାରୀମାନେ ଟିଭି ଷ୍ଟେସନ ଉପରେ ଆକ୍ରମଣ କରିବାର କିଛି ସମୟ ପରେ ରାଷ୍ଟ୍ରପତି ନୋବୋଆ ଏକ ବିବୃତ୍ତି ଜାରି କରି ଦେଶରେ କାର୍ଯ୍ୟ କରୁଥିବା ୨୦ ଟି ଡ୍ରଗ୍ ମାଫିଆ ଗ୍ୟାଙ୍ଗକୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଘୋଷଣା କରିଛନ୍ତି । ଇକ୍ୟୁଏଡରର ସେନାକୁ ଆନ୍ତର୍ଜାତୀୟ ମାନବିକ ଆଇନ ସୀମା ମଧ୍ୟରେ ରହି ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami