ଦୁନିଆର ସବୁଠୁ ବଡ଼ ନାଁ: ପଢ଼ିବାକୁ ଲାଗିବ ଘଣ୍ଟେ

Above Post Content

ସ୍ୱିଡେନ: ଯଦି ଆପଣ ହିନ୍ଦି ଫିଲ୍ମ ଧମାଲ ଦେଖିଥିବେ ତେବେ ଏଥିରେ ଥିବା ଏକ ମଜାଦାର ଦୃଶ୍ୟ ଆପଣଙ୍କ ନଜରକୁ ଆସିଥିବ । ଫିଲ୍ମରେ ଅଭିନେତା ଗୋଆ ଯିବା ପାଇଁ ଲିଫ୍ଟ୍ ମାଗିଥିବା ବେଳେ ନିଜର ନାମ କହିବା ଭିତରେ ଗୋଆ ପହଞ୍ଚିଯିବା ପାଇଁ ଭରସା ଦେଉଛନ୍ତି ଗାଡ଼ି ଚାଳକ । ଆଉ ଏଥିରେ ନାମ ଶୁଣି ଶୁଣି ବିରକ୍ତ ହୋଇଯାଉଛନ୍ତି ଅଭିନେତା । କେବଳ ଫିଲ୍ମରେ ନୁହେଁ, ବାସ୍ତବ ଦୁନିଆରେ ମଧ୍ୟ ଏଭଳି ଘଟଣା ନଜରକୁ ଆସିଛି, ଯାହାକୁ ନେଇ ଢେର ଚର୍ଚ୍ଚା । ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ହେଉଛି ତାଙ୍କର ପରିଚୟ । ତାଙ୍କ ନାମ ମଧ୍ୟ ତାଙ୍କର ଭାବମୂର୍ତ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ । ଏହି କାରଣରୁ ମାତାପିତାମାନେ ସେମାନଙ୍କ ପିଲାମାନଙ୍କର ନାମକୁ ଭାବିଚିନ୍ତି ନାମକରଣ କରିଥାନ୍ତି । ଏମିତି ନାମ ବଛା ହୋଇ ଦିଆଯାଇଥାଏ ଯେମିତି କି ପିଲାମାନେ ଏହି ନାମକୁ ନେଇ ଭବିଷ୍ୟତରେ ଲଜ୍ଜିତ ହେବେ ନାହିଁ । କିନ୍ତୁ ଦୁନିଆରେ ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ ନାମ ଏତେ ଲମ୍ବା ଯେ, ଏହାକୁ ପଢ଼ିବା ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥାଏ । ତଥାପି ତାଙ୍କ ସମ୍ପୂର୍ଣ୍ଣ ନାମ ପଢ଼ିପାରିବେ ନାହିଁ ।

Middle post content

ଯୁବକଙ୍କ ନାଁରେ ରହିଛି ୬୩ ଶବ୍ଦ

After 2nd paragraph post ads

ସୋସିଆଲ ମିଡିଆ ପ୍ଲାଟଫର୍ମରେ କେହି ଜଣେ ପଚାରିଥିଲେ ଦୁନିଆର ସବୁଠାରୁ ଲମ୍ବା ନାମ କିଏ? ଅନେକ ଲୋକ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଦୀପକ ଶର୍ମା ନାମକ ଜଣେ ୟୁଜର କହିଛନ୍ତି, ସ୍ୱିଡେନର ୨୫ ବର୍ଷ ବୟସ୍କ ଯୁବକଙ୍କର ନାମ ୬୩ ଶବ୍ଦର । ଏହା ଦୁନିଆର ସବୁଠାରୁ ଲମ୍ବା ନାମ । ଏହି ଯୁବକଙ୍କ ନାମ ହେଉଛି- ‘କିମ୍ ଜୋଙ୍ଗ୍ ଗ୍ଲୋରିଅଷ୍ଟ ବିଷ୍ଟ ଡିଭାଇନ ଡିକ୍ ଫାଦର ଇଭ୍‌ଲି ଆଇରନ ମ୍ୟାନ ଇଭନ ୟୁନିକ ପୋହ ଅନ୍ ୱିଲ୍ ଚାର୍ଲି ଘୋରା ଖୋସ ମେହନ ହାନ୍‌ସା କିମେ ହମ୍ବର୍ଟୋ ୟୁନୋ ମାଷ୍ଟର ଓଭର ଡ୍ୟାନ୍ସ ଶେକ୍ ବୋଟି ବେପପ ରକଷ୍ଟେଡି ଶ୍ରେଡର କୁଙ୍ଗ ଉଲ୍ଫ ରୋଡ୍ ହାଉସ ଗିଲଗାମେଶ ଫ୍ଲାପ ଗାଇ ଥିଓ ଆସ୍ ହୋଲ ଇମ ଯୋଡା ଫିଙ୍କ୍ ବଏ ସ୍ଲାମ ଡକ ଚୁକ ଜୋର୍ମା ଜୁକ୍କା ପକ୍କା ରିୟାନ ସୁପର ଏୟାର ଓୟୁ ରୋସେଲ ସାଲଭାଡୋର ଆଲଫୋନ୍ସ ମଲଗାନ ଅକଟା ପାପା ଲଙ୍ଗ ନମୋ ଏକ୍ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami