ରିଲିଜ ହୋଇପାରିଲାନି ଲତା ଗାଇଥିବା ପ୍ରଥମ ଗୀତ

Above Post Content

ମୁମ୍ବାଇ: ସ୍ୱର କୋକିଳା ନାମରେ ସାରା ଦେଶରେ ପ୍ରସିଦ୍ଧ ଲତା ମଙ୍ଗେସକର । ଲତାଙ୍କର ଦେହାନ୍ତ ହେବାର ଇତିମଧ୍ୟରେ ଦୁଇ ବର୍ଷ ବିତିଗଲାଣି । ହେଲେ ଆଜି ପ୍ରଶଂସକଙ୍କ ହୃଦୟରେ ଘର କରି ରହିଛନ୍ତି । ଆଜି ବି ପ୍ରଶଂସକମାନେ ତାଙ୍କୁ ଅତି ପ୍ରିୟ ମନେ ରଖିଛନ୍ତି । ଆଜି ଆମେ ଆପଣଙ୍କୁ ଲତାଙ୍କ ସହ ଜଡିତ ଏମିତି କିଛି କଥା କହିବୁ ଯାହା ବୋଧେ ଆପଣ ଜାଣି ନ ଥିବେ ।

Middle post content

ନିଜେ ଗାଇଥିବା ଗୀତ କେବେ ଶୁଣନ୍ତି ନାହିଁ ଲତା

After 2nd paragraph post ads

ଲତା ମଙ୍ଗେସକରଙ୍କର ଜନ୍ମ ୨୮ ସେପ୍ଟେ୍ଟମ୍ବର ୧୯୨୯ ମସିହାରେ ଇନ୍ଦୋରରେ ହୋଇଥିଲା । ଖୁବ୍ କମ୍ ଲୋକ ଜାଣନ୍ତି ଯେ କୀତ୍ତି ହାସାଲ ନାମକ ଏକ ମରାଠୀ ଚଳଚ୍ଚିତ୍ର ପାଇଁ ଲତା ତାଙ୍କ କ୍ୟାରିୟରର ପ୍ରଥମ ଗୀତ ‘ନାଚୁ ୟା ଗାଡେ, ଖେଲୁ ସାରୀ ମନି ହୋସ ଭାରୀ’ ଗାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଗୀତଟି ଚଳଚ୍ଚିତ୍ରରୁ କାଟିଦିଆଯାଇଥିଲା । ଯାହା ଦ୍ୱାରା ଏହି ଗୀତ କେବେ ବି ରିଲିଜ୍ କରିପାରି ନ ଥିଲା । ସେହିପରି ଲତା ମଙ୍ଗେସକର ଥରେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ତାଙ୍କ ଗୀତ କେବେ ବି ଶୁଣନ୍ତି ନାହିଁ । ଆଉ ମଜାଦାର କଥା ହେଉଛି ଯେ ଏହାର କାରଣକୁ ନେଇ ସେ କହିଥିଲେ ଯେ ଯଦି ସେ ଏହା କରିଥାନ୍ତେ ତେବେ ଶହ ଶହ ତ୍ରୁଟି ବାହାରିଥାନ୍ତା । ସେ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସେ ଭାରତର ତିନୋଟି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ, ପଦ୍ମ ଭୂଷଣ ଏବଂ ପଦ୍ମବିଭୂଷଣ ସମେତ ତିନୋଟି ଜାତୀୟ ଏବଂ ଚାରିଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami