ଶାଢ଼ୀ ପିନ୍ଧି ପ୍ରଥମଥର ବିମାନ ଉଡ଼ାଇଥିଲେ ମହିଳା ପାଇଲଟ୍‌

Above Post Content

ନୂଆଦିଲ୍ଲୀ : ଶାଢ଼ୀ ପିନ୍ଧି ବିମାନ ଉଡ଼ାଉଥିଲେ ମହିଳା ପାଇଲଟ୍ । ଏହା ଜାଣିବା ପରେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯାଉଥିବେ । କିନ୍ତୁ ଇଂରେଜମାନଙ୍କ ସମୟର ଜଣେ ଭାରତୀୟ ମହିଳା ଯିଏକି ଶାଢୀ ପିନ୍ଧି ବିମାନ ଉଡ଼ାଇବାର ଗୌରବ ହାସଲ କରିଥିଲେ । ସେ ହେଲେ ଶାରଳା ଠାକରା ।

ଶାରଳାଙ୍କ ଶାଶୁ ଘରେ ୯ ସଦସ୍ୟ ଥିଲେ ପାଇଲଟ

After 2nd paragraph post ads
Middle post content

୧୯୧୪ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଶାରଳା । ମାତ୍ର ୧୬ ବର୍ଷ ବୟସରେ ତାଙ୍କର ବିବାହ ପାଇଲଟ ପିଡି ଶର୍ମାଙ୍କ ସହିତ ହୋଇଥିଲା । ଶର୍ମା କରାଚୀରୁ ଲାହୋର ପର୍ଯ୍ୟନ୍ତ ବିମାନ ଉଡ଼ାଇଥିବା ପ୍ରଥମ ପାଇଲଟ ଥିଲେ । ଶାରଳାଙ୍କ ସ୍ୱାମୀଙ୍କ ବ୍ୟତୀତ ତାଙ୍କ ଶ୍ୱଶୁର ଘରେ ୯ ଜଣ ସଦସ୍ୟ ପାଇଲଟ ଥିଲେ । ଯେଉଁମାନେ କି ଶାରଳାଙ୍କୁ ଗୋଟିଏ ପାଇଲଟ ହେବାପାଇଁ ଖୁବ ଉତ୍ସାହିତ କରୁଥିଲେ । ମାତ୍ର ୨୧ ବର୍ଷ ଆୟୁ ରେ ସେ ଏବିଏସନ ର ପାଇଲଟ ର ଲାଇସେନ୍ସ ପ୍ରାପ୍ତ କରିଥିଲେ । ଘରେ ୪ ବର୍ଷର ଝିଅକୁ ଛାଡ଼ି ସେ ମୋଥ ଏୟାରକ୍ରାଫ୍ଟ ଏକାକୀ ଉଡାଇ ଥିଲେ । ଲାହୋର ଫ୍ଲାଇଙ୍ଗ କ୍ଳବ ର ଏୟାରକ୍ରାଫ୍ଟ ରେ ସେ ଆରମ୍ଭରେ ଲାଇସେନ୍ସ ଦ୍ୱାରା ୧୦୦୦ ଘଣ୍ଟା ପର୍ଯ୍ୟନ୍ତ ଫ୍ଲାଇଙ୍ଗ ଅନୁଭବ କରିଥିଲେ । ସେ ଗୋଟିଏ ପାଇଲଟ ଭାବରେ ନିଜର କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହେବା ସହିତ ନିଜର ପରମ୍ପରାକୁ ମଧ୍ୟ ଭୁଲି ନ ଥିଲେ । ସେ ଭାରତୀୟ ପରମ୍ପରାକୁ ସମ୍ମାନ ଜଣାଇ ଶାଢ଼ୀ ପିନ୍ଧି ବିମାନ ଉଡ଼ାଇଥିଲେ ।

ବିମାନ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କ ହୋଇଥିଲା ମୃତ୍ୟୁ

୧୯୩୯ ରେ ଗୋଟିଏ ବିମାନ ଦୁର୍ଘଟଣାରେ ତାଙ୍କ ସ୍ୱାମୀ ପିଡି ଶର୍ମା ଙ୍କ ମୃତ୍ୟୁ ହୋଇଯାଇ ଥିଲା । ଶାରଳା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ କମର୍ସିୟାଲ ପାଇଲଟ ର ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ହେଲେ ଯୁଦ୍ଧ ଚାଲିଥିବା କାରଣରୁ ଏହା ସେ ହାସଲ କରିପାରି ନ ଥିଲେ । ଏହାପରେ ସେ ଦୁଃଖିତ ହୋଇ ଲାହୋର ରେ ଆସି ରହିବାକୁ ଲାଗିଲେ । ଲାହୋର ରେ ଆସି ସେ ମେୟୋ ସ୍କୁଲ ଅଫ ଆର୍ଟ ରେ ସେ ଫାଇନ ଆର୍ଟ ରେ ଡିପ୍ଲୋମା କରିଥିଲେ । ଭାରତ ପାକିସ୍ତାନ ବିଭାଜନ ସମୟରେ ସେ ନିଜର ଦୁଇଝିଅ ଙ୍କ ସହିତ ଦିଲ୍ଲୀ ଚାଲି ଆସିଥିଲେ ଏବଂ ଆରପି ଠାକରାଲ ଙ୍କୁ ବିବାହ କରିଥିଲେ । ଏଠାରେ ସେ ଅଳଙ୍କାର ଓ ପୋଷାକ ର ଡ଼ିଜାଇନିଂ ଶିଖିଥିଲେ । ୨୦୦୮ ରେ ତାଙ୍କର ନିଧନ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami