ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍‌

Above Post Content

ଭୁବନେଶ୍ୱର: ଗତ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଥିଲା । ଏଥିପାଇଁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ରାମ ଜନ୍ମଭୂମିରେ ରାମଲଲାଙ୍କୁ ଦର୍ଶକ କରିସାରିଲେଣି ।

Middle post content

ଅଯୋଧ୍ୟା ଗଲେ ୧୪ଶହ ରାମଭକ୍ତ

After 2nd paragraph post ads

ଏଥିମଧ୍ୟରେ ଆଜି ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ଆସ୍ଥା ସ୍ପୋଶାଲ ଟ୍ରେନ୍ । ଆସ୍ଥା ସ୍ପେଶାଲ ଟ୍ରେନରେ ଅଯୋଧ୍ୟା ଗଲେ ରାମଭକ୍ତ । ସମସ୍ତଙ୍କ ମନରେ ଉତ୍କଣ୍ଠା ଓ ଆନନ୍ଦ । ବର୍ତ୍ତମାନ ରାମଲଲାଙ୍କ ଦର୍ଶନ କରିପାରିବେ ଓଡ଼ିଶାର ଅନେକ ଶ୍ରଦ୍ଧାଳୁ । ରାଜ୍ୟ ବିଜେପି ସଭାପତି ଏହି ଆସ୍ଥା ସ୍ପେଶାଲ ଟ୍ରେନକୁ ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଅଯୋଧ୍ୟା ଯାଇଛନ୍ତି ୧୪ଶହ ରାମଭକ୍ତ । ଭୁବନେଶ୍ୱରରୁ ସିଧାସଳଖ ଏହି ଟ୍ରେନ ଅଯୋଧ୍ୟା ଯାଉଛି । ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି କୋଚରେ ୭୨ଟି ସିଟ୍ ରହିଛି । ତେଣୁ ଏଥିରେ ୧୪ଶହରୁ ଅଧିକ ଯାତ୍ରୀ ଯାଇପାରିବେ । ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami