ଶିଷ୍ୟକୁ ମାଡ଼ ମାରିଲେ ପାକିସ୍ତାନୀ ସିଙ୍ଗର , ଭିଡ଼ିଓ ଭାଇରାଲ

Above Post Content

ମୁମ୍ବାଇ: ଶିଷ୍ୟଙ୍କୁ ଚପଲରେ ନିର୍ଧୁମ ପିଟିଲେ ଲୋକପ୍ରିୟ ପାକିସ୍ତାନୀ ସିଙ୍ଗର ରାହତ ଫତେ ଅଲ୍ଲି ଖାନ୍ । ନିଜର ସୁମଧୁର କଣ୍ଠସ୍ୱରରେ ଦର୍ଶକଙ୍କୁ ହୃଦୟରେ ଘର କରିଥିବା ଏହି ସିଙ୍ଗର ଏବେ ଟପି ଯାଇଛନ୍ତି ସବୁ ସୀମା । କ୍ୟାମେରା ଆଗରେ ଶିଷ୍ୟଙ୍କୁ କରିଛନ୍ତି ଦୁର୍ବ୍ୟବହାର । ତାଙ୍କୁ ଚପଲରେ ନିର୍ଧୁମ ପିଟିବା ସହ ଚୁଟି ଧରି ଘୋଷାରି ଦେଇଛନ୍ତି । କେବଳ ସେତିକି ନୁହେଁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି । ଏହି ପୂରା ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏକ ବୋତଲକୁ ନେଇ ମାରିଥିଲେ ମାଡ଼ 

After 2nd paragraph post ads
Middle post content

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ପ୍ରକୃତରେ ଏହି ଲୋକପ୍ରିୟ କବ୍ୱାଲି ଗାୟକ ଏକ ‘ବୋତଲ’ ବିଷୟରେ ତାଙ୍କ ଶିଷ୍ୟଙ୍କୁ ବାରମ୍ବାର ପଚାରୁଛନ୍ତି । ଏହାପରେ ତାଙ୍କୁ ଚାପୁଡା ଉପରେ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି । ସେପଟେ ବ୍ୟକ୍ତି ଜଣକ ବୋତଲ ବିଷୟରେ କିଛି ଜାଣି ନ ଥିବା କହୁଥିଲେ ସୁଦ୍ଧା ସେ କିଛି ଶୁଣୁ ନାହାନ୍ତି । ସେପଟେ ପାଖରେ ଥିବା ଆଉ କିଛି ଲୋକ ସିଙ୍ଗରଙ୍କ ହାତରୁ ମାଡ ଖାଉଥିବା ଶିଷ୍ୟଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନ ତାଙ୍କ ଘରୋଇ କର୍ମଚାରୀଙ୍କୁ ଅସଦାଚରଣ କରୁଥିବା ବେଳେ କ୍ୟାମେରା ଆଗରେ ଧରା ପଡିଛନ୍ତି । ସେପଟେ ଏହି ଭିଡିଓକୁ ନେଇ ଗାୟକ ନୁସରତ ଫତେ ଅଲ୍ଲି ଖାନ୍‌ଙ୍କ ପୁତୁରା ରାହତ ଫତେ ଅଲ୍ଲି ଖାନ୍ ସଫେଇ ଦେଇଛନ୍ତି । ସେ କହିଛନ୍ତି, ଜଣେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏହା ଥିଲା ବ୍ୟକ୍ତିଗତ ମାମଲା । ସେ ମୋର ପୁଅ ଭଳି । ଶିଷ୍ୟ ଯଦି ଭଲ କାମ କରେ ତାକୁ ପ୍ରଶଂସା କରଯାଏ ଓ ତାକୁ ଭଲ ପାଇବା ମଧ୍ୟ ମିଳେ । ଆଉ ଯଦି ଖରାପ କାମ କରେ ତେବେ ତାକୁ ଦଣ୍ଡ ଦେବା ଅଧିକାର ଗୁରୁର ଥାଏ । ଶିଷ୍ୟକୁ ମାଡ଼ ମାରିବା ପରେ ସେ ତାଙ୍କୁ କ୍ଷମା ମାଗିଥିବା ନେଇ ଏକ ଭିଡିଓ ପୋଷ୍ଟ କରି ରାହତ ଫତେ ଅଲ୍ଲି ଖାନ୍ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami