ସେଲ୍‌ଫି ପାଇଁ କହି ବବିଙ୍କୁ ‘କିସ୍‌’ କଲେ ମହିଳା ଫ୍ୟାନ୍‌

Above Post Content

ମୁମ୍ବାଇ : ଫିଲ୍ମ ଆନିମଲକୁ ନେଇ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ବଲିଉଡ଼ ଅଭିନେତା ବବି ଦେଓଲ । ଇତିମଧ୍ୟରେ ବବି ନିଜର ୫୫ ତମ ଜନ୍ମ ଦିନ ସେଲିବ୍ରିସେନ୍ କରିଛନ୍ତି । ଗତକାଲି ବବି ୫୫ ବର୍ଷରେ ପାଦ ଥାପିଛନ୍ତି । ଏହି ଜନ୍ମଦିନ ଅବସରରେ ଚାରିଆଡୁ ବବିଙ୍କୁ ପାଇଁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏମିତି କି ମୁମ୍ବାଇ ସ୍ଥିତ ବାସଭବନରେ ବି ଭିଡ ଦେଖିବାକୁ ମିଳିଥିଲା । ତେବେ ଜନ୍ମ ଦିନ ଅବସରରେ ବବିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଯୁବତୀଙ୍କ ଆଚରଣ ଦେଖି ଚକିତ ହୋଇପଡିଲେ ବବି 

After 2nd paragraph post ads

ଗତ ୨୭ ତାରିଖରେ ବବିଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଘର ଆଗରେ ଫ୍ୟାନ୍ସଙ୍କ ଭିଡ ବି ଜମିିଥିଲା । ଏହି ସମୟରେ ଜଣେ ମହିଳା ଫ୍ୟାନ୍ସଙ୍କ ସହ ବବିଙ୍କର ସାକ୍ଷାତ ହୋଇଥିଲା । ସେ ବବିଙ୍କ ସହ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ । ଏହାପରେ ବବିଙ୍କୁ ଏକ ସେଲ୍‌ଫି ନେବାକୁ ବି କହିଥିଲେ । ବବି ବି ଫ୍ୟାନ୍ସଙ୍କ ଅନୁରୋଧକୁ ରକ୍ଷାକରି ସେଲ୍ ଫି ଉଠାଇଥିଲେ । ହେଲେ ଏହି ସମୟରେ ମହିଳା ଫ୍ୟାନ୍ସ ଜଣଙ୍କ ବବିଙ୍କ ଗାଲକୁ କିସ୍ କରିଥିଲେ । ଯୁବତୀଙ୍କ ହଠାତ୍ ଏପରି ଆଚରଣ ଦେଖି ବବି ଚକିତ ହୋଇପଡିଥିଲେ । ଏପିରିକି ସେଠାରେ ଉପସ୍ଥିତ ଥିବା ଫ୍ୟାନ୍ସମାନେ ମଧ୍ୟ ଖୁବ୍ ହସିଥିଲେ ।

Middle post content

ବିନା ଅନୁମତିରେ ଏପରି କରିବା ଠିକ୍ ନୁହେଁ ବୋଲି କହିଲେ ପ୍ରଶଂସକ

ଏବେ ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓକୁ ଦେଖିବା ପରେ ଅନେକ ଫ୍ୟାନ୍ସ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏପିରିକି ଅନେକ ପ୍ରଶଂସକ ଲେଖିଛନ୍ତି ଯେ, ଜଣେ ସେଲିବ୍ରିଟିଙ୍କୁ ସେଲ୍‌ଫି ଉଠାଇବାକୁ କହି ତାଙ୍କ ବିନା ଅନୁମତିରେ କିସ୍ କରିବା ଠିକ୍ ନୁହେଁ । ଯଦି ଜଣେ ପୁରୁଷ ଲୋକ ମହିଳା ସେଲିବ୍ରିଟିଙ୍କ ସହ ଏପରି କରିଥାନ୍ତି । ତାହେଲେ ଏବେ କଣ ହୋଇଥାନ୍ତା ?

ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ ବବି

୯୦ ଦଶକର ସବୁଠୁ ଚର୍ଚ୍ଚିତ ଏବଂ ହ୍ୟାଣ୍ଡସମ୍ ହିରୋ ଥିଲେ ବବି ଦେଓଲ । ନିଜର ନିଖୁଣ ଅଭିନୟ ଏବଂ ଡ୍ୟାନ୍ସ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ ବବି । ହେଲେ ସମୟକ୍ରମେ ପଡି ବବି ଅଭିନୟରୁ ଦୂରେଇ ଯାଇଥିଲେ । ଏହାପରେ ସଲ୍‌ମାନ ଖାନ୍ ଷ୍ଟାରର ଫିଲ୍ମ ରେସ୍‌-୩ ଜରିଆରେ ରି-ଏଣ୍ଟ୍ରି କରିଥିଲେ । କିନ୍ତୁ କ୍ୟାରିୟର ସେତେଟା ଫେମସ୍ ହୋଇ ନ ଥିଲା । ପରେ ଓଟିଟିରେ ଆସିଥିବା ଆଶ୍ରମ ସିରିଜ୍ ବବିଙ୍କୁ ବେଶ୍ ଫେମସ୍ କରାଇଥିଲା । ଆଉ ଏବେ ନିକଟରେ ରଣବୀର କପୁର ଷ୍ଟାରର ଫିଲ୍ମ ଆନିମଲ୍‌ରେ ବବିଙ୍କୁ ଦେଖିବାକୁ ମିଳିଥିଲା । ପୁରା ଫିଲ୍ମରେ ବବିଙ୍କ ଛୋଟ ରୋଲ ଥିଲେ ବି ସମସ୍ତଙ୍କ ମନକୁ ଛୁଇଁବାରେ ସକ୍ଷମ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami