ନଦୀରେ ଖସି ପଡ଼ିଲା ବସ , ଚାଲିଗଲା ୧୨ଜଣଙ୍କ ଜୀବନ

Above Post Content

ନୂଆଦିଲ୍ଲୀ: ମଧ୍ୟ-ପଶ୍ଚିମ ନେପାଳର ଡଙ୍ଗ ଜିଲ୍ଲାରେ ଏକ ବସ ନଦୀକୁ ଖସି ପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ନାଗରିକ ରହିଛନ୍ତି । ଏଥିରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Middle post content

୧୨ ମୃତକଙ୍କ ମଧ୍ୟରେ ରହିଛନ୍ତି ୨ ଭାରତୀୟ

After 2nd paragraph post ads

ଯାତ୍ରୀବାହୀ ବସ ବାଙ୍କେର ନେପାଳଗଞ୍ଜରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା । ଏହି ସମୟରେ ବସଟି ଭାରସାମ୍ୟ ହରାଇ ପୋଲ ଉପରୁ ନଦୀକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ୮ଜଣଙ୍କ ପରିଚୟ ମିଳିଛି । ଦୁଇଜଣ ଭାରତୀୟଙ୍କର ମଧ୍ୟ ପରିଚୟ ମିଳିଛି । ସେମାନେ ହେଲେ ବିହାରର ମଲାହିରେ ରହୁଥିବା ଯୋଗେନ୍ଦ୍ର ରାମ (୬୭) ଓ ଉତ୍ତରପ୍ରଦେଶର ବାସିନ୍ଦା ମୁନେ (୩୧) । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଭାରତୀୟଙ୍କ ସମେତ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହିତ ସେମାନଙ୍କ ପରିବାର ଲୋକଙ୍କୁ ଏଦୁଃଖଦ ଖବର ଜଣାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami