ବିବାହ କରିବେ ଅନନ୍ତ-ରାଧିକା, ଏହି ତାରିଖରେ ହେବ ବିବାହ

Above Post Content

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ।ବର୍ଷକ ତଳେ ଅନନ୍ତ ଓ ରାଧିକା ମର୍ଚାଣ୍ଟ୍‌ଙ୍କ ନିର୍ବନ୍ଧ ମୁମ୍ବାଇରେ ଧୁମ୍‌ଧାମ୍‌ରେ ସମ୍ପନ୍ନ ହୋଇଥିଲା । ନିର୍ବନ୍ଧର ବର୍ଷକ ପରେ ଏବେ ବିବାହ କରିବେ ଅନନ୍ତ-ରାଧିକା । ଦୁହିଁଙ୍କ ବିବାହ ତାରିଖ ଏବେ ସାମ୍ନାକୁ ଆସିଛି । ସେମାନଙ୍କର ଏକ ନିମନ୍ତ୍ରଣ ପତ୍ର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଇଛି ଯେ, ଅନନ୍ତ-ରାଧିକାଙ୍କ ବିବାହ କାର୍ଯ୍ୟକ୍ରମ ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୩ରେ ଶେଷ ହେବ ।

Middle post content

ଗୁଜରାଟରେ ହେବ ବିବାହ

After 2nd paragraph post ads

ବିବାହ କାର୍ଡରୁ ଏହା ସ୍ପଷ୍ଟ ହୋଇଛି ଯେ, ଦୁହେଁ ଗୁଜରାଟରେ ବିବାହ କରିବେ । ଗୁଜରାଟର ଜାମନଗରରେ ଦୁହିଁଙ୍କ ବିବାହ ଆୟୋଜିତ ହେବ । ତେବେ ଅମ୍ବାନି ପରିବା ଜୟପୁର ଓ ମୁମ୍ବାଇ ବା ବିଦେଶ ନ ଯାଇ ଗୁଜରାଟରେ ପୁଅର ବିବାହ କରାଇବା ପଛରେ ବଡ଼ କାରଣ ରହିଛି । ଅମ୍ବାନି ପରବାର ପକ୍ଷରୁ କୁହାଯାଇଛି ଯେ, ରିଲାଏନ୍ସ ୧୯୯୭ ମସିହାରେ ଜାମନଗରରେ ବିଶ୍ୱର ସର୍ବବୃହତ ଗ୍ରାସରୁଟ ରିଫାଇନିଙ୍ଗ କମ୍ପେ୍ଲକ୍ସ ପ୍ରତିଷ୍ଠା କରିଥିଲା । ଏହା ପରଠାରୁ ଜାମନଗରରେ ଆମର ଅନେକ ସ୍ମୃତି ରହିଛି ଏବଂ ଏହା ଆମର ହୃଦୟର ନିକଟତମ ସ୍ଥାନ । ତେଣୁ ଆମେ ରାଧିକା ଏବଂ ଅନନ୍ତଙ୍କ ବିବାହ ପୂର୍ବର ସବୁ କାର୍ଯ୍ୟକ୍ରମ ଜାମନଗରରେ କରିବାକୁ ଯାଉଛୁ ବୋଲି ନିମନ୍ତ୍ରଣ କାର୍ଡରେ ଉଲ୍ଲେଖ ରହିଛି । ତେବେ ଅମ୍ବାନି ପରିବାର ପକ୍ଷରୁ ଏହି କାର୍ଡ ସେୟାର କରାଯାଇ ନ ଥିବାରୁ ଏପର୍ଯ୍ୟନ୍ତ ତାରିଖକୁ ନେଇ ସ୍ପଷ୍ଟୀକରଣ ମିଳିପାରିନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami