ପଂଜଶୀରର ଦ୍ୱାରଦେଶରେ ପହଞ୍ଚିଛି ତାଲିବାନ,‘ମୃତ୍ୟୁ ଉପତ୍ୟକା’ରେ ଯୁଦ୍ଧ ଏବେବି ବାକି

Above Post Content

ତାଲିବାନ କହୁଛି ପଂଜଶୀର ଉପରେ ଏହାର କବଜା ହୋଇ ସାରିଛି । ନର୍ଦ୍ଦର୍ଣ୍ଣ ଆଲାଏନ୍ସ ବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ କହୁଛି ତାଲିବାନ ମିଛ କହୁଛି । ପଂଜଶୀର ଏବେ ମଧ୍ୟ ସେମାନଙ୍କ କବଜାରେ ଅଛି । ତେବେ ସତ କ’ଣ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଆଫଗାନୀ ସାମ୍ବାଦିକ ନତିକ ମଲିକଜାଦାଙ୍କ ଅନୁସାରେ ତାଲିବାନର ପଂଜଶୀର ଅଧିକାର ଦାବି ମିଛ । ତାଲିବାନର ଏହା କେବଳ ପ୍ରଚାର । ତାଙ୍କ ଅନୁସାରେ ମୃତ୍ୟୁର ଉପତ୍ୟକା ଭାବେ ପରିଚିତ ପଂଜଶୀରରେ ଏବେ ମଧ୍ୟ ଯୁଦ୍ଧ ବାକି ଅଛି । କାରଣ ପଂଜଶୀରକୁ ଜିତିବା ସହଜ ନୁହେଁ । ଏହାକୁ ମୃତ୍ୟୁର ଘାଟି ବୋଲି ଏମିତି ଖାଲିରେ କୁହାଯାଏ ନାହିଁ ।

କ’ଣ ପାଇଁ ପଂଜଶୀରକୁ ଅଧିକାର କରିବା ଏତେ ସହଜ ନୁହେଁ ସେବାବଦରେ ନତିକ ମଲିକଜାଦା କୁହନ୍ତି । ତାଙ୍କ ଅନୁସାରେ ପଂଜଶୀର ଗୋଟିଏ ଘାଟି ନୁହେଁ । ଏହାର ଅନେକ ଉପଘାଟି ରହିଛି । ମୁଖ୍ୟଘାଟିକୁ ମାତ୍ର ଗୋଟିଏ ରାସ୍ତା ରହିଛି । ଏହି ରାସ୍ତା ଘାଟିର ଶେଷ ପର୍ଯ୍ୟନ୍ତ ଯାଇଥାଏ, ଯାହା ଅତ୍ୟନ୍ତ ସଂକୀର୍ଣ୍ଣ । ସେ ଗୋଟିଏ ମ୍ୟାପ୍ ଟ୍ୱିଟ୍ କରି ପଂଜଶୀର ଘାଟିକୁ ଦେଖାଇଛନ୍ତି । ଆଉ ବୁଝାଇଛନ୍ତି କେମିତି ଏହି ଘାଟି ଦେଇ ଯାଇଥିବା ସଡ଼କର ଦୁଇ ପଟୁ ଏକ ଡଜନରୁ ଅଧିକ ଘାଟି ବାହାରିଛି । ମ୍ୟାପରେ ଏହି ମୁଖ୍ୟ ଘାଟି ରାସ୍ତାରୁ ବାହାରିଥିବା ଉପଘାଟି କୌଣସି ଗଛ ଭଳି ଲାଗିଥାଏ ।

After 2nd paragraph post ads
Middle post content

ସେ କହିଛନ୍ତି ଯେ, ଯେଉଁ ଗଭର୍ଣ୍ଣର ଅଫିସକୁ ତାଲିବାନ କବଜା କରିଥିବା ଦାବି କରୁଛି ତାହା ମୁଖ୍ୟ ରାସ୍ତା ଉପରେ ଆରମ୍ଭରେ ଅଛି । ଏହା ଖାଲି ପଡିଥିଲା । ଯାହା ଉପରେ ତାଲିବାନ କବଜା କରିଛି । ମୁଖ୍ୟରାସ୍ତାରୁ ବାହାରିଥିବା ବାକି ଘାଟିକୁ ଏପର୍ଯ୍ୟନ୍ତ ତାଲିବାନ ଯାଇନାହିଁ । ସେଠାରେ ବିଦ୍ରୋହୀ ଲୁଚି ରହିଛନ୍ତି । ତାଲିବାନ କେବଳ ଗୋଟିଏ ସଡ଼କ ଓ ଖାଲି ଅଫିସକୁ ଅଧିକାର କରିବା ଅର୍ଥ ପୁରା ପଂଜଶୀର ଉପରେ ଅଧିକାର ନୁହେଁ । ଏହାକୁ ବିଜୟ ବୋଲି କହିବା ସେମାନଙ୍କ ମୁର୍ଖାମୀ ।

ମଲିକଜାଦାଙ୍କ କହିବା ହେଉଛି ଯେ, ତାଲିବାନକୁ ପଂଜଶୀର ଅଧିକାର କରିବାକୁ ହେଲେ ସବୁ ଘାଟିକୁ ଅଧିକାର କରିବାକୁ ପଡିବ । ଯାହାର ଅର୍ଥ ହେଉଛି ତାକୁ ୧୨ରୁ ଅଧିକ ଯୁଦ୍ଧ ଲଢିବାକୁ ପଡିବ । ତାଙ୍କ ଅନୁସାରେ ସୋଭିଏସ ସଂଘ ମଧ୍ୟ ଏହି ମୁଖ୍ୟ ରାସ୍ତାକୁ ୯ ବର୍ଷରେ ୯ ଥର ଅଧିକାର କରି ବିଜୟର ଭ୍ରମରେ ରହିଥିଲା । କାରଣ ବାକି ଘାଟିରୁ ହୋଇଥିବା ଆକ୍ରମଣରେ ସୋଭିଏସ ସୈନିକ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ୯ ଥର ମୁଖ୍ୟ ରାସ୍ତାକୁ ଜିତିଥିଲେ ମଧ୍ୟ ଶେଷରେ ସୋଭିଏତ ସେନାକୁ ଖାଲି ହାତରେ ଫେରିବାକୁ ପଡିଥିଲାତାଙ୍କ ଅନୁସାରେ ତାଲିବାନ ରେଜିଷ୍ଟାନ୍ସ ଫୋର୍ସର ଅଫରକୁ ଗ୍ରହଣ କରି ପଂଜଶୀରରୁ ଫେରି ଆସିବାର ଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami