ତାଜିକସ୍ତାନରେ ଅଛି ଭାରତର ବାୟୁସେନା ଘାଟି, ସେଠାରୁ ତାଲିବାନ ଉପରେ କରିବ କି ଆକ୍ରମଣ ?

Above Post Content

ପଂଜଶୀର ଦଖଲ ପାଇଁ ତାଲିବାନକୁ ପାକିସ୍ତାନୀ ବାୟୁସେନା ସାହାଯ୍ୟ କରୁଛି । ରବିବାର ଦିନ ପଂଜଶୀର ଘାଟି ଉପରେ ପାକ୍ ଡ୍ରୋନ୍ ଆକ୍ରମଣ କରିଥିଲେ ବୋଲି କୁହାଯାଉଛି । ଏହା ଭିତରେ ପଂଜଶୀରରେ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଥିବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-NRFକୁ ଭାରତ ସାହାଯ୍ୟ କରୁ ବୋଲି ଦେଶ ଭିତରୁ ଦାବି ଉଠିଲାଣିତାଜିକସ୍ତାନରେ ଭାରତୀୟ ବାୟୁସେନା ଘାଟି ଥିବାରୁ ସେଠାରୁ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିବାକୁ ସ୍ୱର ଉଠୁଛି । ଏଭଳି ଦାବି କରୁଥିବା ଲୋକଙ୍କ ଯୁକ୍ତି ହେଉଛି ଯେ, ତାଲିବାନ ପଛରେ ପାକିସ୍ତାନ ଓ ଆଇଏସାଇ ଅଛି । ତେଣୁ ଆଗକୁ ସେମାନେ ଯେମିତି ହେଲେ ଭାରତ ବିରୋଧରେ ମୋର୍ଚ୍ଚା ଖୋଲିବେ । ଏମିତିରେ ଭାରତକୁ ବନ୍ଧୁ ବୋଲି ମନେ କରୁଥିବା ରେଜିଷ୍ଟାନ୍ସ ଫୋର୍ସକୁ ସାହାଯ୍ୟ କରିବା ଦୁରଦୃଷ୍ଟି ମୁଳକ ପଦକ୍ଷେପ ହେବ । କାରଣ ୧୯୯୬ ମସିହାରେ ତାଲିବାନ ଯେତେବେଳେ ପଂଜଶୀରର ଘେରାବନ୍ଦୀ କରିଥିଲା ସେତେବେଳେ ଭାରତ ତତ୍କାଳୀନ ନର୍ଦ୍ଦର୍ଣ୍ଣ ଆଲାଏନ୍ସର ମୁଖ୍ୟ ଅହମ୍ମଦ ଶାହା ମାସୁଦଙ୍କୁ ସାହାଯ୍ୟ କରିଥିଲା । ଏବେ ମାସୁଦଙ୍କ ପୁଅ ବିଦ୍ରୋହୀଙ୍କ ନେତୃତ୍ୱ ନେଉଛନ୍ତି, ତେଣୁ ଭାରତ ତାଲିବାନ ବିରୋଧରେ ତାଜିକସ୍ତାନ ବିମାନ ଘାଟି ବ୍ୟବହାର କରୁ ।

ତାଜିକସ୍ତାନରେ କେଉଁଠି ଅଛି ଭାରତୀୟ ବାୟୁସେନା ଘାଟି ?

After 2nd paragraph post ads

ତାଜିକସ୍ତାନର ଫରଖୋରରେ ଭାରତର ଏୟାର ବେସ୍ ରହିଛି । ଏହି ଏୟାରବେସଠାରୁ ମଜାର-ଏ-ସରିଫ୍ ମାତ୍ର ୨୦ ମିନିଟ ଦୂରରେ ରହିଛି । ଜୱାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଅମିଥାଭ ମଟ୍ଟୁ ଟ୍ୱିଟ୍ କରି କହିଛନ୍ତି ଯେ, ଏହା କେତେ ଲଜ୍ଜାଜନକ ଯେ, ଫରଖୋର ଏୟାରବେସଠାରୁ ମାତ୍ର କେଇ ମିନିଟ୍ ଦୂରରେ ଥିବା ପଂଜଶୀର ଘାଟିରେ ଆମେ ଆମ ବନ୍ଧୁମାନଙ୍କୁ ଏକୁଟିଆ ଛାଡି ଦେଇଛୁ । ଅସ୍ତ୍ରଶସ୍ତ୍ର ଛାଡନ୍ତୁ ଆମେ ସେମାନଙ୍କୁ ଔଶଧ ମଧ୍ୟ ଦେଇନାହୁଁ । ଏବେ ଆଶାର ଏକମାତ୍ର କିରଣ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ମାତ୍ର ୧ ଘଣ୍ଟା ଦୂରତାରେ ପଂଜଶୀର

ଫରଖୋର ଏୟାରବେସରୁ ମାତ୍ର ଏକ ଘଣ୍ଟା ଦୂରତାରେ ରହିଛି ପଂଜଶୀର । କେବଳ ମଟ୍ଟୁ ନୁହନ୍ତି ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନିକଟତର କପିଲ କୋମିରେଡି ମଧ୍ୟ ଟ୍ୱିଟ୍ କରି ଫରଖୋର ଏୟାରବେସକୁ ତାଲିବାନ ବିରୋଧରେ ବ୍ୟବହାର କରିବାକୁ କହିଛନ୍ତି । ସେ କହିଛନ୍ତି ଯେ, ଫରଖୋର ଏୟାରବେସରୁ ପଂଜଶୀରର ଦୂରତା ମାତ୍ର ୧ ଘଣ୍ଟାର । ଏହା ସେହି ସ୍ଥାନ ଯେଉଁଠାରୁ ଭାରତ ନର୍ଦ୍ଦର୍ଣ୍ଣ ଆଲାଏନ୍ସକୁ ସାହାଯ୍ୟ କରିଥିଲା । ଏଥର କିନ୍ତୁ କୌଣସି ପ୍ରୟାସ ମଧ୍ୟ କରି ନାହିଁ ।

Middle post content

ଏକୁଟିଆ ଭାରତ ମୈଦାନକୁ ନଓହ୍ଲାଉ

ପଂଜଶୀର ବିଦ୍ରୋହୀଙ୍କୁ ଭାରତ ସାହାଯ୍ୟ କରୁ ବୋଲି ଦାବି ହେଉଥିବା ବେଳେ ଅନ୍ତର୍ଜାତୀୟ ବ୍ୟପାର ସମ୍ପର୍କିତ ମାମଲାର ବିଶଷଜ୍ଞଙ୍କ ମତ ହେଉଛି ଯେ, ଭାରତ ଭାବିଚିନ୍ତି ପଦକ୍ଷେପ ନେବା ଉଚିତ ଭାରତକୁ ଏହି ମାମଲାରେ ଇରାନ, ତାଜିକସ୍ତାନ ଓ ଉଜବେକିସ୍ତାନକୁ ନିଜ ପଟକୁ ନେବାକୁ ପଡିବ । ଭାରତ ଏକୁଟିଆ ପଂଜଶୀର ବିଦ୍ରୋହୀଙ୍କୁ ସାହାଯ୍ୟ କରିବା ଠିକ୍ ହେବନାହଁାକାରଣ ପଂଜଶୀରରେ ଏକାଠି ହୋଇଥିବା ବିଦ୍ରୋହୀ ତାଜିକ, ଉଜବେକ୍ ଓ ସିଆ ସମ୍ପ୍ରଦାୟର । ତେଣୁ ଭାରତ ଏହି ସବୁ ଦେଶଙ୍କ ସହିତ କଥା ହୋଇ ନିଷ୍ପତ୍ତି ନେବା ଆବଶ୍ୟକ । କାରଣ ଏହି ସବୁ ଦେଶରେ ଏହି ସମ୍ପ୍ରଦାୟ ସଂଖ୍ୟା ଗରିଷ୍ଠ ।

୨୦ ବର୍ଷ ତଳେ କେମିତି ଭାରତ କରିଥିଲା ସାହାଯ୍ୟ ?

୨୦ ବର୍ଷ ତଳେ ଭାରତ ନର୍ଦ୍ଦର୍ଣ୍ଣ ଆଲାଏନ୍ସକୁ ଛୋଟ ଅସ୍ତ୍ର, ଯୋଗାଯୋଗ ସରାଂଜମ ଓ ଔଷଧ ଯୋଗାଇ ଦେଇଥିଲା କାଶ୍ମୀର ଆତଙ୍କବାଦୀଙ୍କଠାରୁ ଜବତ ଏକ-୪୭ ରାଇଫଲକୁ ଭାରତ ବିଦ୍ରୋହୀଙ୍କୁ ଦେଇଥିଲା । ସବୁ ସାହାଯ୍ୟ ଫରଖୋର ଏୟାରବେସ (ଯାହା ମଧ୍ୟ ଆୟାନୀ ଏୟାରବେସ୍ ନାମରେ ପରିଚିତ ) ରୁ ପଂଜଶୀର ଯାଇଥିଲା । ଭାରତ ମଧ୍ୟ ସେତେବେଳ ମାସୁଦଙ୍କୁ ଦୁଇଟି ଏମ୍ ଆଇ-୮ ହେଲିକପ୍ଟର ଦେଇଥିଲା ।

ଏହି ଏୟାରବେସକୁ ଡରେ ପାକିସ୍ତାନ

ଫରଖୋର ଏୟାର ବେସ ପାକିସ୍ତାନକୁ ଘେରିବା ପାଇଁ ଭାରତ ତିଆରି କରିଥିଲା । ଏହି ଏୟାରବେସଠାରୁ ପାକ୍ ଅଧିକୃତ କାଶ୍ମୀର ମାତ୍ର ୨୦ ମିନଟର ଦୂରତାରେ ରହିଛି । ୟୁରୋସିଆନ୍ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଏହି ଘାଟି ଯୁଦ୍ଧ କାଳରେ ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଏଠାରୁ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିପାରିବ । ଏହା ସହିତ ସିଆଚିନ୍ ଗ୍ଲେସିଅରରେ ଏହି ଘାଟି କାରଣରୁ ଭାରତୀୟ ସୈନିକ ଅଧିକ ଲାଭରେ ଅଛନ୍ତି । ପାକିସ୍ତାନ ପଟୁ ଗ୍ଲେସିଅର ଉପରେ କୌଣସି ଆକ୍ରମଣର ଯବାବ ଏହି ଘାଟିରୁ ମାତ୍ର କେଇ ମିନିଟ୍ ମଧ୍ୟରେ ଦେଇ ହେବ । ଆହୁରି ମଧ୍ୟ ଏହି ଘାଟିରୁ ପାକିସ୍ତାନର ପେଶାୱର ଉପରେ ଭାରତ ଆକ୍ରଣ କରିପାରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami