ଶାହରୁଖଙ୍କୁ ନେଇ କେବିସିରେ ପଚରାଯାଇଥିବା ପ୍ରଶ୍ନର ଭୁଲ ଉତ୍ତର ଦେଲେ ସୁହାନା

Above Post Content

ମୁମ୍ବାଇ: ବଲିଉଡ଼ର କିଙ୍ଗ୍‌ଖାନ୍ ଶାହରୁଖ୍‌ଙ୍କ ଝିଅ ସୁହାନା ଖାନ୍ ବଲିଉଡ୍‌ର ଲୋକପ୍ରିୟ ଷ୍ଟାର କିଡ୍‌ମାନଙ୍କ ମଧ୍ୟରୁ ଅନ୍ୟତମ । ନେଟ୍‌ଫ୍ଲିକ୍ସରେ ରିଲିଜ୍ ହୋଇଥିବା ‘ଦ ଆର୍କିଜ୍‌’ ଜରିଆରେ ନିଜର ଅଭିନୟ? ଡେବ୍ୟୁ କରିଥିଲେ ସୁହାନା । ଫିଲ୍ମଟି ରିଲିଜ୍ ହୋଇସାରିଥିବା ବେଳେ ସୁହାନାଙ୍କ ଅଭିନୟ ଦର୍ଶକଙ୍କ ମନ କିଣିପାରିନାହିଁ । ଏମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କେବିସିରେ ଶାହରୁଖଙ୍କୁ ନେଇ ପଚରାଯାଇଥିବା ସହଜ ପ୍ରଶ୍ନର ଭୁଲ ଉତ୍ତର ଦେଉଛନ୍ତି ।

Middle post content

ଦ ଆର୍କିଜର ପ୍ରମୋସନ ପାଇଁ କେବିସିରେ ପହଞ୍ଚିଲେ ପୁରା ଟିମ୍‌

After 2nd paragraph post ads

‘ଦ ଆର୍କିଜ୍‌’ର ପ୍ରଚାର ପାଇଁ ଫିଲ୍ମର ପୂରା କାଷ୍ଟ କୌନ୍ ବନେଗା କରୋଡପତିରେ ପହଞ୍ଚିଥିଲେ । ହଟ୍ ସିଟରେ ସୁହାନା, ନିର୍ଦ୍ଦେଶିକା ଜୋୟା ଅଖତର ଓ ଅଭିନେତା ବେଦାଙ୍ଗ ରାଇନା ବସି ପ୍ରଶ୍ନର ଉତ୍ତର ଦେଉଥିଲେ । ୩ଜଣ ମିଶି ୯ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ । ଶାହରୁଖଙ୍କୁ ନେଇ ପଚରାଯାଇଥିବା ସହଜ ପ୍ରଶ୍ନର ଭୁଲ ଉତ୍ତର ଦେଇଥିଲେ ଖୋଦ୍ ତାଙ୍କର ଝିଅ ସୁହାନା । କେବିସିର ଉପସ୍ଥାପକ ବିଗ୍ ବି ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ ଯେ, ଶାହରୁଖଙ୍କୁ କେଉଁ ଆୱାର୍ଡ ମିଳିନାହିଁ । ବିକଳ୍ପରେ ଥିଲା ପଦ୍ମଶ୍ରୀ, ଲିଜିୟନ ଅଫ୍ ଅନର, ଲେଟୋଏଲ ଡିଓର ଏବଂ ଭୋଲପି କପ୍ । ଉତ୍ତରରେ ସୁହାନା ପଦ୍ମଶ୍ରୀ ବୋଲି କହିଥିଲେ, ଯାହା ଭୁଲ ଥିଲା । ସଠିକ୍ ଉତ୍ତର ଥିଲା ଭୋଲପି କପ୍ । ୨୦୦୫ରେ ଶାହରୁଖଙ୍କୁ ପଦ୍ମଶ୍ରୀ ମିଳିଥିଲା ବୋଲି ବିଗ୍ ବି ସୁହାନାଙ୍କୁ ଜଣାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami