ଜାନୁୟାରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କଲେ ରାମ ମନ୍ଦିର ଅଧିକାରୀ

Above Post Content

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ । ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭବ୍ୟ ଉଦଘାଟନ ପୂର୍ବରୁ ସହରର ମୌଳିକ ଭିତ୍ତିଭୂମି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ତେବେ ଜାନୁଆରୀ ୨୨ତାରିଖରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କରିଛନ୍ତି ରାମ ମନ୍ଦିର ଟ୍ରଷ୍ଟ ସଚିବ ଚମ୍ପତ ରାୟ ।

Middle post content

ନିକଟସ୍ଥ ମନ୍ଦିରରେ ‘ଆନନ୍ଦ ମହୋତ୍ସବ’ ପାଳନ କରିବାକୁ ଅନୁରୋଧ

After 2nd paragraph post ads

ଟ୍ରଷ୍ଟ ସଚିବ କହିଛନ୍ତି ଯେ, ସମାରୋହ ଜାନୁୟାରୀ ୨୨ ରେ ମଧ୍ୟାହ୍ନ ୧୨ଟା ସମୟରେ ଅନୁଷ୍ଠିତ ହେବ । ତେବେ ମନ୍ଦିର ପ୍ରସ୍ତୁତ, ପ୍ରତିମା ମଧ୍ୟ ପ୍ରସ୍ତୁତ, କିନ୍ତୁ ପୂରା ମନ୍ଦିର ନିର୍ମାଣ ପାଇଁ ଆଉ ଦୁଇ ବର୍ଷ ଲାଗିପାରେ । ମନ୍ଦିରରେ ଅନେକ କାର୍ଯ୍ୟ ଜାରି ରହିଛି । ନିର୍ମାଣ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିପାରେ । ଦେଶର କୋଣ ଅନୁକୋଣରୁ ଲୋକ ଜାନୁୟାରୀ ୨୨ରେ ଅଯୋଧ୍ୟା ଆସିବାକୁ ଯୋଜନା ଆରମ୍ଭ କଲେଣି । ଏଭଳି ସ୍ଥିତିରେ ସହରରେ ଅତ୍ୟଧିକ ଭିଡ଼ ନ ହେବା ପାଇଁ ସେ ଲୋକମାନଙ୍କୁ ଅଯୋଧ୍ୟା ନ ଆସି ନିକଟସ୍ଥ ମନ୍ଦିରରେ ‘ଆନନ୍ଦ ମହୋତ୍ସବ’ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଜାନୁଆରୀ ୨୨ରେ ରାମ ମନ୍ଦିରରେ ଭାଗବାନ ଶ୍ରୀରାମଙ୍କ ନୂତନ ବାଲ ବିଗ୍ରହ ପ୍ରତିମାର ପ୍ରାଣ ପ୍ରତିଷ୍ଠା କରାଯିବ । ଯାହାକୁ ରାମ ମନ୍ଦିରର ଗର୍ଭଗୃହର ତଳ ମହଲାରେ ସ୍ଥାପନ କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami