ଗିଲ୍‌-ସାରାଙ୍କ ବ୍ରେକଅପ୍ , ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍ ଗିଲ୍‌

Above Post Content

ମୁମ୍ବାଇ: କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଧୋକ୍କା ଦେଲେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଶୁବମନ ଗିଲ୍ । ଶୁବମନ ଆଉ ଜଣଙ୍କୁ ଡେଟ୍ କରୁଛନ୍ତି । ତାଙ୍କ ସହ ଛୁଟି କାଟିବାକୁ ଲଣ୍ଡନ ଯାଇଥିବା ଜଣାଯାଇଛି । ଏହାକୁ ନେଇ ଚର୍ଚ୍ଚା ହୋଇଛି କି, ଗିଲ୍ ସାରାଙ୍କୁ ଧୋକା ଦେଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ବି ଚର୍ଚ୍ଚା ଜୋର ଧରିଛି ।

Middle post content

ଭାଇରାଲ ହେଉଛି ଶୁବମନ ଓ ଅଭନୀତଙ୍କ ଫଟୋ

After 2nd paragraph post ads

ଶୁବମନ ଗିଲ୍ ଓ ସାରା ତେନ୍ଦୁଲକରଙ୍କ ମଧ୍ୟରେ ଥିବା ସମ୍ପର୍କ ଆଉ କାହାକୁ ଅଛପା ନାହିଁ । ଗତ ବିଶ୍ୱକପ୍ ମଧ୍ୟରେ ବି ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ବର୍ତ୍ତମାନ ଜଣାପଡିଛି କି, ଦୁହିଁଙ୍କ ମଧ୍ୟରେ ସେମିତି କିଛି ସମ୍ପର୍କ ନାହିଁ । ଶୁବମନ ଆଉ ଜଣଙ୍କୁ ଡେଟ୍ କରୁଛନ୍ତି । ବହୁଦିନ ଧରି ଚର୍ଚ୍ଚା ଲାଗି ରହିଛି କି, ଗିଲ୍‌ଙ୍କ ସହ ସାରାଙ୍କ ବ୍ରେକଅପ୍ ହୋଇଯାଇଛି । ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା ଗିଲ୍‌ଙ୍କ ଲଣ୍ଡନ ଛୁଟି । ବିଶ୍ୱକପ ପରାଜୟ ପରେ ଗିଲ୍ ଛୁଟି କାଟିବାକୁ ଲଣ୍ଡନ ଯାଇଥିଲେ । ଯେଉଁଠାରେ ତାଙ୍କୁ ଆଉ ଜଣେ ଅଭିନେତ୍ରୀଙ୍କ ସହ ବୁଲୁଥିବାର ନଜର ଆସିଥିଲେ । ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା କି, ଗିଲ୍ ସାରାଙ୍କୁ ଧୋକା ଦେଉଛନ୍ତି । ସେମାନେ ଆଉ ରିଲେଶନଶିପ୍‌ରେ ନାହାନ୍ତି । ସୂଚନାଥାଉ କି, ଲଣ୍ଡନରେ ଛୁଟି କାଟୁଥିବାବେଳେ ଗିଲ୍ ଅଭିନେତ୍ରୀ ଅଭନୀତ କୌରଙ୍କ ସହ ନଜର ଆସିଥିଲେ । ଦୁହିଁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଦୁହିଁଙ୍କ ଭାଇରାଲ ଫଟୋ ଯୋଗୁ ସାରା ଓ ଗିଲ୍‌ଙ୍କ ବ୍ରେକଅପ୍ ହୋଇଥିବା ଚର୍ଚ୍ଚା ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami