୨୦ ବର୍ଷ ତଳର ସ୍ମୃତି ବଖାଣିଲେ ମାର୍କ ଜୁକରବର୍ଗ

Above Post Content

୨୦୦୪ ଫେବ୍ରୁଆରି ୪ ତାରିଖରେ ହାଭାର୍ଡ ବିଶ୍ୱବିଦ୍ୟାଳୟର ଦଳେ ଛାତ୍ର ଆରମ୍ଭ କରିଥିଲେ ସାମାଜିକ ଗଣମାଧ୍ୟମ ‘ଫେସବୁକ୍‌’ । ଧୀରେ ଧୀରେ ତାହା ବିଶ୍ୱବ୍ୟାପୀ ଆଦୃତ ହୋଇ ଅନ୍ୟତମ ବୃହତ୍ତମ ସାମାଜିକ ଗଣମାଧ୍ୟମ ଭାବେ ମାନ୍ୟତା ଲାଭ କରିଛି । ଇତିମଧ୍ୟରେ ଏହା ୨୦ ବର୍ଷ ପୂରଣ କରିଛି । ଏହାର କୋଡ଼ିଏ ବର୍ଷ ପୂର୍ତ୍ତି ଅବସରରେ ଏହାର ପ୍ରତିଷ୍ଠାତା ସିଇଓ ମାର୍କ ଜୁକରବର୍ଗ ନିଜର ସେହି ପ୍ରାରମ୍ଭିକ ଉଦ୍ୟମକୁ ମନେ ପକାଇଛନ୍ତି । ଗତ ରବିବାର ସେ ନିଜର ସେତେବେଳର ସାଦାସିଧା ଫଟୋ ସହିତ ନିଜର ବ୍ୟକ୍ତିଗତ ସୂଚନା ସମ୍ବଳିତ ଫେସ୍‌ବୁକ୍ ପୃଷ୍ଠାର ଫଟୋ ସେୟାର କରିଥିଲେ ।

କଲେଜ ପିଲାଙ୍କ କ୍ଷେତ୍ରରେ ବେଶୀ ହୋଇଛି ଆଦୃତ

After 2nd paragraph post ads
Middle post content

ସେହିପରି ଇନ୍‌ଷ୍ଟାଗ୍ରାମ୍‌ରେ ବି ସେ ଏକ ଭିଡିଓ ଛାଡ଼ିଛନ୍ତି, ଯେଉଁଥିରେ ତାଙ୍କର ଏହି ଉଦ୍ୟମରେ କିପରି ଅନେକ ବ୍ୟକ୍ତି ସାମିଲ ହୋଇ ଆଜି ଫେସବୁକ୍‌କୁ ସ୍ୱନାମଧନ୍ୟ ମେଟା ପ୍ଲାଟଫର୍ମରେ ପହଞ୍ଚାଇଛନ୍ତି, ସେ ସମ୍ପର୍କରେ କହିଛନ୍ତି । ୨୦୦୪ ମସିହାରେ ଆରମ୍ଭ ବେଳେ ଫେସବୁକ୍‌କୁ ମାତ୍ର ୪୦୦ରୁ ୫୦୦ ଲୋକ ଆସିବେ ବୋଲି ସେ ଆଶା କରିଥିଲେ, ମାତ୍ର କେଇ ମାସ ଭିତରେ ସେହି ସଂଖ୍ୟା ଲକ୍ଷେ ଟପିଯାଇଥିଲା । ବିଶେଷ କରି କଲେଜ ପିଲାଙ୍କ ଗହଣରେ ତାହା ଆଲୋଡ଼ନ ଆଣିଥିଲା । ତାହା ‘ଲୋକଙ୍କ ବିଷୟରେ କିଛି ରୋଚକ ସୂଚନା ମିଳିବାର ପ୍ଲାଟଫର୍ମ ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ ।

ଫେସ୍‌ବୁକ୍ ବ୍ୟବହାରକାରୀଙ୍କ ପାଇଁ ବହୁତ କିଛି ଆସିବାକୁ ବାକି ରହିଛି

ଜୁକରବର୍ଗ ୨୦୦୪ରେ ହାଭାର୍ଡ ଡର୍ମିଟୋରିରେ କାମ କରୁଥିବା ବେଳର ଗୋଟିଏ ଫଟୋ ସାଙ୍ଗକୁ ଦୁଇ ଦଶନ୍ଧି ପରେ ବର୍ତ୍ତମାନ ମଧ୍ୟ ସମାନ ଢଙ୍ଗରେ କାମ କରୁଥିବାର ଦୁଇଟି ଫଟୋ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ୨୦ ବର୍ଷ ଅତିକ୍ରାନ୍ତ, ତଥାପି ସେମିତି କାମ କରୁଛି । ତାଙ୍କ ପତ୍ନୀ ପ୍ରିସିଲା ଚାନ୍ ଫେସ୍‌ବୁକ୍ ପ୍ରତିଷ୍ଠା ସମୟକୁ ମନେ ପକାଇ ସବୁ କାଲି ପରି ଲାଗୁଛି ବୋଲି ଲେଖିଛନ୍ତି । ସମ୍ପ୍ରତି ଫେସ୍‌ବୁକ୍‌ର ଏତେ ଉପାଦେୟତା ସତ୍ତ୍ୱେ ବ୍ୟବହାରକାରୀଙ୍କ ପାଇଁ ଆହୁରି ବହୁତ କିଛି ଆସିବାକୁ ବାକି ରହିଛି ବୋଲି ଜୁକରବର୍ଗ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami