ପୋଲିସକୁ ଟାଟୁ କରିବା ମନା : ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

Above Post Content

ଭୁବନେଶ୍ୱର : ଆଜିକାଲି ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ପାଲଟିଛି । ଅନେକ ଲୋକ ନିଜର ପ୍ରିୟ ଲୋକଙ୍କର ନାମ ହେଉ ବା ଜନ୍ମ ତାରିଖ ଶରୀରରେ ଟାଟୁ କରିଥାନ୍ତି । ସେହିପରି ପ୍ରେମିକା-ପ୍ରେମିକ ନିଜର ଭଲ ପାଇବାକୁ ପ୍ରମାଣ ଦେବା ପାଇଁ ଶରୀରରେ ନିଜ ପ୍ରିୟଲୋକର ନାଁ ଟାଟୁ କରିଥାନ୍ତି । ହେଲେ ଏବେ ଶରୀରରେ ଟାଟୁ କରିବା ନେଇ ପୋଲିସ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ବାଟାଲିୟନରେ ଟାଟୁ କରିପାରିବେନି କୌଣସି ପୋଲିସ କର୍ମଚାରୀ । ଯେଉଁମାନେ ଟାଟୁ କରିଛନ୍ତି, ୧୫ ଦିନ ଭିତରେ ଲିଭାଇବାକୁ ଡିସିପି (ସିକ୍ୟୁରିଟି)ନିର୍ଦ୍ଦେଶ ଦେଇଛନ୍ତି । ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବ ନାହିଁ ବୋଲି ଡିସିପି (ସିକ୍ୟୁରିଟି) କହିଛନ୍ତି । ତେବେ ୧୫ ଦିନ ଭିତରେ ନ ଲିଭାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବ୍ୟତିତ ଅନ୍ୟ ପୋଲିସଙ୍କ ପାଇଁ ଏହି ନିୟମ ଲାଗୁ ନୁହେଁ ।

Middle post content

ନିୟମ ନ ମାନିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

After 2nd paragraph post ads

ଡିସିପି କହିଛନ୍ତି ଯେ, ଆଉ ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସର ସମ୍ମାନ ହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ । କମିଶନରେଟ ପୋଲିସର କୌଣସି ଅଧିକାରୀ ମୁହଁ, ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ । ଯଦି କୌଣସି ପୋଲିସ ଅଧିକାରୀ ଟାଟୁ କରିଛନ୍ତି ତେବେ ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ । ଟାଟୁ ନ ଲିଭାଇଲେ ଡିପାର୍ଟମେଣ୍ଟାଲ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami