ଗଜପତି ଖଜୁରି ଗୁଡ଼କୁ ମିଳିଲା ଜିଆଇ ମାନ୍ୟତା

Above Post Content

ଭୁବନେଶ୍ୱର : ଦୀର୍ଘଦିନର ଦାବି ପୂରଣ ହେଲା । ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ମିଳିଲା ଜିଆଇ ଟ୍ୟାଗ୍ । ଭାରତ ସରକାରଙ୍କ ଚେନ୍ନାଇସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଗଜପତି ଜିଲ୍ଲାର ପର୍ବତ ପାଦଦେଶରେ ବହୁଳ ମାତ୍ରାରେ ଖଜୁରି ଗଛ ଦେଖାଯାଏ । ସେଥିମଧ୍ୟରୁ ସଉରା ଜାତିର ଜନଜାତିମାନେ ଖଜୁରୀ ଗୁଡ଼ ପ୍ରସ୍ତୁତ କରିଥାନ୍ତି । ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ (ଓଆରଟିଏସ୍‌ଏସ୍‌) ଅଧିନରେ ହଜାର ହଜାର ଆଦିବାସୀ ଖଜୁରୀ ଗୁଡ଼ ଉତ୍ପାଦନରେ ନିୟୋଜିତ ହୋଇଛନ୍ତି ।

Middle post content

ମଧୁମେହ ରୋଗୀଙ୍କ ପାଇଁ ଖଜୁରୀ ଗୁଡ଼ ଉପକାରୀ

After 2nd paragraph post ads

ଚାରି କୋଣିଆ ଆକୃତିର ଛାଞ୍ଚରେ ପ୍ରସ୍ତୁତ କରାଗଲେ ତାକୁ ପାତାଳି ଗୁଡ଼ ଓ ସ୍ୱଳ୍ପ ପରିମାଣରେ ତରଳ ଭାବେ ପ୍ରସ୍ତୁତ କରାଗଲେ ତାକୁ ରୁବ୍ ଗୁଡ଼ କୁହାଯାଏ । ପାରମ୍ପରିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଥିବା ଏହି ଗୁଡରେ କୌଣସି ପ୍ରାକୃତିକ ବା କୃତ୍ରିମ ରଙ୍ଗ ମିଶାଯାଇ ନଥାଏ । ଖଜୁରୀର ରଙ୍ଗ ପରି ଏହାର ରଙ୍ଗ ମଧ୍ୟ ବାଦାମୀ ହୋଇଥାଏ । ଖଜୁରୀ ଗୁଡ଼ ଉପରେ ଗବେଷଣା କରୁଥିବା ବୌଜ୍ଞାନିକ ଡ. ପି କା ର୍ତ୍ତିଗେୟନ୍ କହିଛନ୍ତି, ଏହା ଖୁବ୍ ସ୍ୱାଦିଷ୍ଟ ହୋଇଥାଏ । ଏହା ଭିଟାମିନ୍ ଓ ଆଇରନ୍ ପ୍ରଦାନ କରିଥାଏ । ଚିନିର ମାତ୍ରା କମ୍ ରହୁଥିବାରୁ ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇପାରିବେ ବୋଲି କହିଛନ୍ତି । ୨୦୨୦ ମସିହା ଜୁନ୍ ୧୨ ତାରିଖରେ ଏହାକୁ ଜିଆଇ ମାନ୍ୟତା ଦେବାପାଇଁ ଆବେଦନ ହୋଇଥିଲା । ଯାହାକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami