ରାମ ମନ୍ଦିରରେ ପ୍ରତିଷ୍ଠା ହେଲା ସୁନାର ରାମଚରିତମାନସ

Above Post Content

ଅଯୋଧ୍ୟା: ଗତ ଜାନୁୟାରୀ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିପାଇଁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ଏବେ ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତ ରାମଲାଲାଙ୍କ ସହିତ ସୁନାର ରାମଚରିତମାନସ ଦର୍ଶନ କରିପାରିବେ । ନବରାତ୍ରର ପ୍ରଥମ ଦିନରେ ଗର୍ଭଗୃହରେ ୧.୫ କ୍ୱିଣ୍ଟାରଲ ଏହି ରାମଚରିତମାନସକୁ ପ୍ରତିଷ୍ଠା କରାଯାଇଛି । ରାମଲାଲାଙ୍କ ମୂର୍ତ୍ତିରୁ ୧୫ ଫୁଟ ଦୂରରେ ଥିବା ଏକ ପଥରରେ ରାମଚରିତମାନସ ରଖାଯାଇଛି । ମଧ୍ୟପ୍ରଦେଶର କ୍ୟାଡରର ପୂର୍ବତନ ଆଇଏଏସ୍ ଲକ୍ଷ୍ମୀ ନାରାୟଣ ଏବଂ ତାଙ୍କ ପତ୍ନୀ ରାମ ମନ୍ଦିର ଟ୍ରଷ୍ଟକୁ ଏହା ଦାନ କରିଛନ୍ତି ।

Middle post content

୫ କୋଟି ଟଙ୍କାରେ ତିଆରି ହେଲା ରାମଚରିତମାନସ

After 2nd paragraph post ads

ଏହି ରାମଚରିତମାନସ ହଜାର ପୃଷ୍ଠା ବିଶିଷ୍ଟ । ଏଥିରେ ୪ କେଜି ସୁନା ଏବଂ ୧୫୧ କେଜି ତମ୍ବା ଲାଗିଛି । ପ୍ରତି ପୃଷ୍ଠାରେ ୨୪ କ୍ୟାରେଟ ସୁନାର ପରସ୍ତ ଚଢ଼ା ଯାଇଛି । ଏହା ସହିତ ପ୍ରତ୍ୟେକ ପୃଷ୍ଠାରେ ୩ କେଜି ତମ୍ବା ଲାଗିଛି । ୩ ମାସ ମଧ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏହାକୁ ବନାଇବାକୁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂଆ ସଂସଦ ଭବନରେ ଥିବା ସେଙ୍ଗୋଲ (ରାଜଦଣ୍ଡ) ପ୍ରସ୍ତୁତକାରୀ କମ୍ପାନୀ ଏହି ରାମଚରିତମାନସ ବନାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami