ଓକିଲମାନେ କଳା କୋର୍ଟ-ଗାଉନ୍ ନ ପିନ୍ଧିବାକୁ ନିର୍ଦ୍ଦେଶ

Above Post Content

ଥିରୁଭାନନ୍ତପୁରମ୍ : ଆଉ ଓକିଲମାନେ ପିନ୍ଧିବେନି କଳା କୋର୍ଟ-ଗାଉନ୍ । ଓକିଲମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କେରଳ ହାଇକୋର୍ଟ । ଜିଲା ନ୍ୟାୟପାଳିକାଙ୍କ ନ୍ୟାୟଳୟରେ ଉପସ୍ଥିତ ରହୁଥିବା ଓକିଲଙ୍କ କଳା କୋର୍ଟ ଓ ଗାଉନର ଉପଯୋଗର ବିକଳ୍ପ ଭାବରେ ବ୍ୟାଣ୍ଡ ସହ ଧଳା ସାର୍ଟ ପିନ୍ଧିବାକୁ ଅନୁମତି ଦେଇଛନ୍ତି । ଏହି ନିର୍ଦ୍ଦେଶ ଆସନ୍ତା ମେ ୩୧ ପର୍ଯ୍ୟନ୍ତ ଲାଗୁ ରହିବ ।

Middle post content

ମେ ୩୧ ଯାଏଁ ଲାଗୁ ରହିବ ଏହି ନିର୍ଦ୍ଦେଶ

After 2nd paragraph post ads

ଏବେ ପ୍ରବଳ ଖରା ଯୋଗୁ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି । ଉତ୍ତର ଭାରତରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ଏଥିପାଇଁ ଓକିଲଙ୍କୁ କଳା କୋର୍ଟ ନ ପିନ୍ଧିବାକୁ ଅନୁମତି ଦିଆଯାଇଛି । ଏହାପୂର୍ବରୁ ଓକିଲମାନେ ଗାଉନ ନ ପିନ୍ଧିବାକୁ କୋର୍ଟଙ୍କ ପାଖରେ ଦାବି କରିଥିଲେ । ତେବେ ଏନେଇ କେରଳ ହାଇକୋର୍ଟ ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଲାଇଭ ଲ’ର ରିପୋର୍ଟ ମୁତାବକ, ଏବେ କେରଳ ହାଇକୋର୍ଟରେ ଉପସ୍ଥିତ ହେଉଥିବା ଓକିଲମାନଙ୍କ ପାଇଁ କଳା ଗାଉନ ପିନ୍ଧିବା ବିକଳ୍ପ ଭାବରେ ରହିବ । ଏନେଇ କୋର୍ଟ କହିଛନ୍ତି, ରାଜ୍ୟରେ ହେଉଥିବା ପ୍ରବଳ ଖରା ଯୋଗୁ ଓକିଲମାନଙ୍କୁ କଳା କୋର୍ଟ ନ ପିନ୍ଧିବାକୁ ଅନୁମତି ଦିଆଯାଇଛି । ତେବେ ଏହି ନିର୍ଦ୍ଦେଶ ୨୦୨୪ ମେ ୩୧ ପର୍ଯ୍ୟନ୍ତ ଲାଗୁ ରହିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami