କେଉଁଠି ୭ଶହ ଟଙ୍କାରେ କିଲେ ଲଙ୍କା ତ’ କେଉଁଠି ୫୦ ଲକ୍ଷ ଟଙ୍କାରେ ୫ ଟମାଟୋ

Above Post Content

ଯଦି ଆପଣ ଦରଦାମ ବୃଦ୍ଧିଦ୍ୱାରା କେବଳ ଭାରତ ପ୍ରଭାବିତ ହୋଇଛି ତେବେ ଆପଣଙ୍କ ଧାରଣା ଭୁଲ । ବିଶ୍ୱର ଏମିତି କିଛି ଦେଶ ଅଛନ୍ତି ଯେଉଁଠି ଦରଦାମ ଆକାଶ ଟପି ମହାକାଶ ଛୁଇଁଲାଣି । କେଉଁ ଦେଶରେ ଏକ କିଲୋ ଲଙ୍କା ପାଇଁ ୭ଶହ ଟଙ୍କା ଗଣିବାକୁ ପଡୁଛି ତ’ କେଉଁଠି ଗୋଟିଏ ଟମାଟୋର ଦାମ ୧୦ ଲକ୍ଷ ଟଙ୍କା । ସେଠା ଦର ଓ ଏଠା ଦରକୁ ଯଦି ତୁଳନା କରିବେ ତେବେ ମନକୁ ମନ ଆପଣ ଇଶ୍ୱରଙ୍କୁ ଧନ୍ୟବାଦ ଦେବେ । ଆସନ୍ତୁ ଜାଣିବା ବିଶ୍ୱର ଏଭଳି କିଛି ଦେଶଙ୍କ ବାବଦରେ ଯେଉଁଠି ସେଠାକାର ମୁଦ୍ରା ମୁହଁମାଡି ପଡିଛି ଓ ଦରଦାମ ମୁହଁ ଉପରକୁ କରି ବଢିବାରେ ଲାଗିଛନ୍ତି..

ଲଙ୍କାରେ ଲଙ୍କା କିଲୋ ୭ଶହ ଟଙ୍କା

After 2nd paragraph post ads

ଚୀନ୍ ମାଲ ଓ ଚୀନ ଲୋନ୍ ,ଏହି ଦୁଇଟିକୁ ଭରସା ନାହିଁ । ଯାହାକୁ ଏବେ ଶ୍ରୀଲଙ୍କା ସରକାର ଓ ନାଗରିକ ଅନୁଭବ କରୁଛନ୍ତି । ଚୀନ ଋଣଜନ୍ତାରେ ଛନ୍ଦି ହୋଇ ମୁକୁଳିବା ବାଟ ଖୋଜୁଥିବା ଶ୍ରୀଲଙ୍କାରେ ଏବେ ଦରଦାମ ଆକାଶଛୁଆଁ । ସେଠାରେ ଲଙ୍କା କିଲୋ ୭ଶହ ଟଙ୍କାରେ ବିକ୍ରି ହେଉଛି । ଆଳୁ କିଲୋ ପ୍ରତି ୨ଶହ ଥିବା ବେଳେ ଖିର ଦାମ ବୃଦ୍ଧି ଯୋଗୁ ଲୋକ ବିନା ଖିର ଚା’କୁ ପସନ୍ଦ କରୁଛନ୍ତି । ଗୋଟିଏ ମାସରେ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ୧୫ ପ୍ରତିଶତ ବଢିଛି । ସାଧାରଣ ଲୋକଙ୍କ ପାଇଁ ଜୀବନ ଏବେ ଦୁର୍ବିସହ ହୋଇ ପଡିଛି ।

ପାକିସ୍ତାନ ଅବସ୍ଥା ବେହାଲ

Middle post content

ଚୀନର ଆଉ ଜଣେ ବନ୍ଧୁ ପାକିସ୍ତାନର ଅବସ୍ଥା ମଧ୍ୟ ଠିକ୍ ନାହିଁ । ପାକିସ୍ତାନରେ ଘରୋଇ ଏଲପିଜି ସିଲିଣ୍ଡର ପ୍ରତି ୨ ହଜାର ୫୬୦ ଟଙ୍କା ପଡୁଛି । ଅନ୍ୟପକ୍ଷରେ କମର୍ସିଆଲ ସିଲିଣ୍ଡର ଦାମ ହେଉଛି ୯ ହଜାର ୮୪୭ଟଙ୍କାପାକିସ୍ତାନରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୪୫ ଟଙ୍କା ୮୨ ପଇସା ରହିଛି । ସେହିଭଳି ଡିଜେଲ ଦର ପାଖାପାଖି ୧୪୩ ଟଙ୍କାପାକିସ୍ତାନରେ ଖୀର ଲିଟର ୧୪୦ ଟଙ୍କା ହେଇ ସାରିଲାଣି ।

ଗ୍ରୀସରେ ଦରଦାମ ଅସମ୍ଭାଳ

୨୦୦୮ର ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶଙ୍କ ମଧ୍ୟରୁ ଗୋଟିଏ ଥିଲା ଗ୍ରୀସ । ୨୦୧୨ରେ ଗ୍ରୀସ ଉପରେ ୧୩୮ ବିଲିଅନ୍ ଡଲାରର ଋଣ ଥିଲା । ଯାହାକୁ ଗ୍ରୀସ ଶୁଝି ପାରିନଥିଲା । ଏହା ପରେ ଗ୍ରୀସକୁ ଦେବାଳିଆ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା । ୨୦୧୨ପରଠାରୁ ଗ୍ରୀସରେ ବେକାରୀ ଦର ୨୪ରୁ ୨୫ ପ୍ରତିଶତ ମଧ୍ୟରେ ରହିଛି । ଯାହାକି ଦୁନିଆରେ ସର୍ବାଧିକ ।

ଭେନେଜୁଏଲାରେ ଗୋଟିଏ ଟମାଟ ଦାମ ୧୦ ଲକ୍ଷ ଟଙ୍କା

ଟମାଟୋ ଦର ଦୁଇ ଅଙ୍କ ଟପିଲେ ଭାରତରେ ତରକାରୀ ସ୍ୱାଦ ପ୍ରଭାବିତ ହୁଏ । କିନ୍ତୁ ଭାରତରେ କେବେ ମଧ୍ୟ ଟମାଟୋ ଗୋଟା ପିଛା ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇନଥିବ । ନିଜ ପେଟ୍ରୋଲ ଖଣି ପାଇଁ ଜଣାଶୁଣା ଭେନେଜୁଏଲାରେ ଏବେ ଗୋଟିଏ ଟମାଟୋ ଦାମ ହେଉଛି ୧୦ ଲକ୍ଷ ଟଙ୍କା । ଅର୍ଥାତ ଯଦି ଆପଣ ୫ଟି ଟମାଟୋ କିଣିବେ ତେବେ ଆପଣଙ୍କୁ ଦେବାକୁ ପଡିବ ୫୦ ଲକ୍ଷ ଟଙ୍କା । ଭେନେଜୁଏଲା ଏବେ ନିଜ ଆକାଉଣ୍ଟ ସଜାଡିବା ପାଇଁ ନୂଆ ନିୟମ ଆଣିଛି । ଏହା ଅନୁସାରେ ଭେନେଜୁଏଲା ମୁଦ୍ରାର ଅବମୁଲ୍ୟାୟନ କରାଯାଇଛି । ଫଳରେ ଏବେ ୧୦ ଲକ୍ଷ ବଲିଭରର ଦାମ ହେଉଛି ୧ ବଲିଭର । ଅର୍ଥାତ ଯଦି ଆପଣଙ୍କ ପାଖରେ ୧୦ ଲକ୍ଷ ବଲିଭର ଥିବ ତେବେ ଏବେଠାରୁ ଏହାର ଦାମ ହେଉଛି ମାତ୍ର ୧ ବଲିଭର । କଳ୍ପନା କରନ୍ତୁ ଯଦି ଆପଣଙ୍କ ପାଖରେ ଭାରତୀୟ ମୁଦ୍ରା ବାବଦରେ ୧୦ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରେ ଅଛି ଓ ସରକାର ଘୋଷଣା କରନ୍ତି ଆଜିଠାରୁ ଆପଣଙ୍କ ୧୦ ଲକ୍ଷ ଟଙ୍କାର ମୂଲ୍ୟ ହେଉଛି ୧ ଟଙ୍କା ! ତେବେ ଆପଣଙ୍କ ଅବସ୍ଥା କ’ଣ ହେବ ?

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami