ଦେଶ ବ୍ୟାପି ଖୋଲିବ ସ୍କୁଲ, କରୋନାର ବଦଳୁଥିବା ରୂପକୁ ଦେଖି ସରକାର ତିଆରି କରୁଛନ୍ତି ଫୁଲପ୍ରୁଫ୍ ମଡେଲ

Above Post Content

କେନ୍ଦ୍ର ସରକାର କୋଭିଡ୍ -୧୯ ସମ୍ବନ୍ଧିତ ସବୁ ପ୍ରୋଟକଲର ପାଳନ ସହିତ ଅଫଲାଇନ୍ କ୍ଲାସ ସବୁକୁ ଖୋଲିବା ପାଇଁ ଏକ ମଡେଲ ଉପରେ କାର୍ଯ୍ୟ କରୁଛନ୍ତି । ଓମିକ୍ରନ୍ ଭାଇରସ ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିବା ପରେ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲର ଅଫଲାଇନ୍ କ୍ଲାସକୁ ବନ୍ଦ କରି ଦିଆଯାଇଛି । କରୋନା ଭାଇରସ ମହାମାରୀ କାରଣରୁ ଛାତ୍ର ମାତ୍ର କମ ସମୟକୁ ଛାଡି ଗଲା ଦୁଇ ବର୍ଷ ହେଲା ଅନ ଲାଇନ୍ କ୍ଲାସ ଜରିଆରେ ପାଠ ପଢୁଛନ୍ତି ।

କୁହାଯାଉଛି ଯେ, ଅଭିଭାବକ ସ୍କୁଲ ଖୋଲିବା ପାଇଁ ଦାବି କରୁଥିବା ବେଳେ କେନ୍ଦ୍ର ସରକାର କୋଭିଡ୍ ସମ୍ବନ୍ଧିତ ସବୁ ନିୟମାବଳି ପାଳନ ପୂର୍ବକ ସ୍କୁଲ ଖୋଲିବା ପାଇଁ ଏକ ମଡେଲ ଉପରେ କାର୍ଯ୍ୟ କରୁଛନ୍ତି

After 2nd paragraph post ads
Middle post content

ସୂଚନାଯୋଗ୍ୟ ଯେ, ମହାମାରୀ ବିଶେଷଜ୍ଞ ଓ ସାର୍ବଜନିକ ନୀତି ବିଶେଷଜ୍ଞ ଚନ୍ଦ୍ରକାନ୍ତ ଲହରିଆ ଓ ସେଣ୍ଟର ଫର ପଲିସି ରିସର୍ଚ୍ଚର ଏକ ଟିମ୍ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆଙ୍କୁ ସାକ୍ଷାତ କରି ୧୬ଶହରୁ ଅଧିକ ଅଭିଭାବକଙ୍କ ସ୍ୱାକ୍ଷରିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଯେଉଁଥିରେ ସ୍କୁଲକୁ ପୁଣିଥରେ ଖୋଲିବା ପାଇଁ ଦାବି କରାଯାଇଥିଲା । କିଛି ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଦାବି ହେଉଛି । ଯଦିଓ କିଛି ଅଭିଭାବକ ଏବେ ସ୍କୁଲ ଖୋଲିବା ପକ୍ଷରେ ନାହାନ୍ତି

ସ୍କୁଲ ଶୀଘ୍ର ଖୋଲିବା ଚାହାନ୍ତି ପିଲା

ସ୍କୁଲ ଶୀଘ୍ର ଖୋଲିବା ପିଲା ଚାହୁଁଛନ୍ତିଟିକାକରଣ ସରିଥିବାରୁ ଅନେକ ରାଜ୍ୟରେ ପିଲା ସ୍କୁଲ ଯିବାକୁ ଚାହୁଁଛନ୍ତିଅନଲାଇନ୍ କ୍ଲାସ୍ ଓ ଅନଲାଇନ୍ ପରିକ୍ଷା ପିଲାଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିଛି ବୋଲି କୁହାଯାଉଛିପିଲାଙ୍କ ସହିତ ଅଭିଭାବକଙ୍କ ଏକ ବିରାଟ ବର୍ଗ ମଧ୍ୟ ସ୍କୁଲ ଖୋଲିବା ପକ୍ଷରେ ଅଛନ୍ତି । ଅନଲାଇନ୍ କ୍ଲାସ କେବଳ ଔପଚାରିକତା ବୋଲି ଅନେକ ଛାତ୍ର କହୁଛନ୍ତି । କ୍ଲାସରେ ବସି ଶିକ୍ଷକଙ୍କ ଉପସ୍ଥିତିରେ ନିଜ ସାଥିଙ୍କ ସହିତ ପଢିବାର ଅଲଗା ଅଭିଜ୍ଞତା ଅଛି ବୋଲି ସେମାନେ କୁହନ୍ତିଏହାସହିତ ଟେକନିକ୍ ସମସ୍ୟା କାରଣରୁ ଅନଲାଇନ୍ କ୍ଲାସ୍ ମଧ୍ୟ ବାଧିତ ହେଉଛି । ତେଣୁ ସ୍କୁଲ ଖୋଲିବା ସପକ୍ଷରେ ଅଧିକ ଦାବି ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami