ଶାହାରୁଖଙ୍କୁ ଅଟକାଇଲେ ସୁରକ୍ଷାକର୍ମୀ: ଧୈର୍ଯ୍ୟର ସହ କଲେ ଅପେକ୍ଷା

Above Post Content

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଶାହାରୁଖଙ୍କୁ ଅଟକାଇଲେ ସୁରକ୍ଷାକର୍ମୀ । ଧୈର୍ଯ୍ୟର ସହ ଅପେକ୍ଷା କଲେ ଶାହାରୁଖ । ସୁରକ୍ଷାକର୍ମୀ ଶାହାରୁଖଙ୍କ କାଗଜପତ୍ର ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ନିଜର କାଗଜପତ୍ର ଦେଖାଇବା ବେଳେ ସେ ଧୈର୍ଯ୍ୟର ସହ ଅପେକ୍ଷା କରିବା ସହ ବହୁତ ଖୁସ ମିଜାଜ ନଜର ଆସିଥିଲେ । କିଙ୍ଗ ଖାନଙ୍କ ଏପରି ଆଚରଣ ପ୍ରଶଂସକଙ୍କ ହୃଦୟ ଜିତୁଛି । ତାଙ୍କର ସେହି ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନମ୍ର ସ୍ୱଭାବକୁ ଖୁବ୍ ପ୍ରଶଂସା

After 2nd paragraph post ads
Middle post content

ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଶାହାରୁଖ ଖାନ ଅନ୍ୟତମ । ଅଭିନୟ ବ୍ୟତୀତ ଅଭିନେତା ନିଜର ନମ୍ର ସ୍ୱଭାବ ପାଇଁ ମଧ୍ୟ ବେଶ୍ ଜଣାଶୁଣା । କୌଣସି ସ୍ଥାନକୁ ଯିବା ପାଇଁ ନିକଟରେ ସେ ମୁମ୍ବାଇ ବିମାନବନ୍ଦରକୁ ପହଞ୍ଚିଥିଲେ । ହେଲେ ଭିତରକୁ ଯିବା ବେଳେ ବିମାନବନ୍ଦରର ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ । ଆଉ ସମସ୍ତ କାଗଜପତ୍ର ଦେଖାଇବାକୁ କହିଥିଲେ । ଶାହାରୁଖ ନିଜ ପାଖରେ ଥିବା ସମସ୍ତ କାଗଜପତ୍ର ଦେଖାଇଥିଲେ । ସୁରକ୍ଷାକର୍ମୀ କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ ଶାହାରୁଖ । କିଙ୍ଗ ଖାନଙ୍କ ଏହି ଷ୍ଟାଇଲ ପ୍ରଶଂସକଙ୍କ ହୃଦୟ ଜିତୁଛି । ଏହି ସମୟର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରଶଂସକଙ୍କ ହୃଦୟ ଜିତିଲେ ଶାହାରୁଖ

ଶାହାରୁଖ ତାଙ୍କ ମ୍ୟାନେଜର ପୂଜା ଦାଦଲାନୀଙ୍କ ସହ ବିମାନବନ୍ଦର ପରିସରରେ ପହଞ୍ଚିଥିଲେ । ଏହି ସମୟରେ ସେ ସମ୍ପୂର୍ଣ୍ଣ କଳା ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ସେ କଳା ପ୍ୟାଣ୍ଟ୍ ସହିତ ଏକ କଳା ଜ୍ୟାକେଟ ପିନ୍ଧିଥିଲେ । ନିଜ ଲୁକକୁ ବ୍ଲାକ ସେଡ୍ ଏବଂ ହେୟାର ବ୍ୟାଣ୍ଡ ସହିତ କମ୍ପ୍ଲିଟ କରିଥିଲେ । ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ବେଳେ ସେ ବହୁତ ଖୁସ ମିଜାଜ ଲାଗୁଥିଲେ । ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ପ୍ରଶଂସକମାନେ ଶାହାରୁଖଙ୍କ ନମ୍ର ସ୍ୱଭାବକୁ ଖୁବ୍ ପ୍ରଶଂସା କରିଛନ୍ତି । ଶାହାରୁଖ ଖୁବ ଶୀଘ୍ର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମ ‘ଡଙ୍କି’ରେ ନଜର ଆସିବେ । ନିକଟରେ ଫିଲ୍ମର ଟିଜର ଏବଂ ପ୍ରଥମ ଗୀତ ରିଲିଜ ହୋଇଥିଲା, ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami