ସ୍କୁଲ ଭିତରେ ରହିଛି ବୋମା , ୧୫ଟି ସ୍କୁଲକୁ ଏକସଙ୍ଗେ ମିଳିଲା ଧମକ

Above Post Content

ବେଙ୍ଗାଲୁରୁ: ସ୍କୁଲରେ ଖଞ୍ଜାଯାଇଛି ବୋମା । ଆଖି ପିଛୁଳାକେ ସବୁ ଛିନଛତ୍ର ହୋଇଯିବ । ଗୋଟେ କି ଦୁଇଟି ନୁହେଁ ୧୫ଟି ସ୍କୁଲ ଭିତରେ ରଖାଯାଇଛି ବୋମା । ଏପରି ଧମକପୂର୍ଣ୍ଣ ଇ-ମେଲ୍ ବେଙ୍ଗାଲୁରର ୧୫ଟି ସ୍କୁଲକୁ ଏକ ସଙ୍ଗେ ମିଳିଛି । ଏହି ଘଟଣା ଜଣା ପଡ଼ିବା ପରେ ସମଗ୍ର ବେଙ୍ଗାଲୁରୁରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳି ଯାଇଛି । ଏହାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇ ପଡ଼ିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସ୍କୁଲରୁ ପିଲାଙ୍କୁ ବାହାର କରି ଦିଆଗଲା

After 2nd paragraph post ads
Middle post content

ବେଙ୍ଗାଲୁରର ପ୍ରତିଷ୍ଠିତ ଘରୋଇ ସ୍କୁଲ ସମେତ ଛୋଟ ଛୋଟ ସ୍କୁଲ ବି ଟାର୍ଗେଟରେ ରହିଛି । ଏପରିକି ୧୫ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଏକସଙ୍ଗେ ଇ-ମେଲ୍ ଆସିଛି । ଆଜି ସକାଳେ ସ୍କୁଲ କର୍ମଚାରୀ ଏ ସମ୍ପର୍କରେ ଜାଣି ପାରି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାର କରି ସ୍କୁଲ ଖାଲି କରି ଦିଆଯାଇଛି । ପରେ ଅଭିଭାବକଙ୍କୁ ଡାକି ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି ।

ଅଭିଭାବକ ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ପୋଲିସ କମିଶନର

ଏହାପରେ ବୋମା ନିଷ୍କ୍ରିୟକାରୀ ଦଳ ସ୍କୁଲରେ ପହଞ୍ଚି ତନ ତନ କରି ଯାଞ୍ଚ କରୁଛନ୍ତି । ସମସ୍ତ ସ୍କୁଲ ବସ୍‌ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି । ତେବେ ଏ ଯାବତ ବୋମାର କୌଣସି ସନ୍ଧାନ ମିଳି ନାହିଁ । ଏହା ଫେକ୍ କଲ୍ ବୋଲି ବେଙ୍ଗାଲୁରୁ ପୋଲିସ୍ କମିଶନର ସୂଚନା ଦେଇଛନ୍ତି । ଏପରି ଇ-ମେଲ୍ କିଏ ପଠାଇଛି ସ୍ପଷ୍ଟ ହୋଇ ନ ଥିବା ବେଳେ ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କ ଗିରଫ କରାଯିବ । ଏନେଇ କେହି ଭୟଭୀତ ହେବାର କିଛି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami