ପୁଣି ବଢିଲା ଗ୍ୟାସ୍ ଦର, ଗ୍ରାହକଙ୍କୁ ଝଟକା ଦେଇଛି ନୂଆ ଦାମ୍

Above Post Content

ନୂଆଦିଲ୍ଲୀ: ନିର୍ବାଚନୀ ପୂର୍ବରୁ ଗ୍ୟାସ ଦର ଶସ୍ତା ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ ବିଭିନ୍ନ ରାଜ୍ୟର ସରକାର । ତେବେ ନିର୍ବାଚନ ସରୁ ସରୁ ଗ୍ୟାସ ଦର ବୃଦ୍ଧି ପାଇଛି । ଗ୍ୟାସ ଦର ଶସ୍ତା ହେବା ନେଇ ଖାଉଟି ଆଶାବାଦୀ ରହିଥିବା ବେଳେ ପୁଣି ବର୍ଦ୍ଧିତ ଦର ଲୋକଙ୍କୁ ନିରାଶ କରିଛି । ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ମତଦାନ ସମାପ୍ତ ହେଉ ହେଉ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ଝଟକା । ଡିସେମ୍ବର ୧ ତାରିଖରୁ କମର୍ସିଆଲ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି । ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୭୯୬.୫୦ ଟଙ୍କାରେ ପହଞ୍ଚିଛି । ନଭେମ୍ବର ପରେ ମାସ ପରେ ତୈଳ କମ୍ପାନୀମାନେ ପୁଣି ଥରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରିଛନ୍ତି ।

Middle post content

ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ ହୋଇନି ପରିବର୍ତ୍ତନ

After 2nd paragraph post ads

ଡିସେମ୍ବର ମାସ ପହିଲାରୁ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୧ ଟଙ୍କା ବୃଦ୍ଧି ଘଟିଛି । ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ମୂଲ୍ୟ ୧୭୭୫ ଟଙ୍କା ରହିଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୭୯୬.୫୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକତାରେ ଏହି ଦର ୧୮୮୫.୫୦ରୁ ୧୯୦୮ ଟଙ୍କାକୁ, ମୁମ୍ବାଇରେ ୧୭୨୮ରୁ ୧୭୪୯ ଟଙ୍କାକୁ, ଚେନ୍ନାଇରେ ୧୯୪୨ରୁ ୧୯୬୮.୫୦ ଟଙ୍କାକୁ ବୃଦ୍ଧି ପାଇଛି । ନିର୍ବାଚନୀ ରାଜ୍ୟ ରାଜସ୍ଥାନରେ ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇ ୧୮୧୯ ଟଙ୍କାରେ ପହଞ୍ଚିଥିବା ବେଳେ ମଧ୍ୟପ୍ରଦେଶରେ ଆଜିଠାରୁ ଲୋକମାନେ ୧୮୦୪.୫୦ ଟଙ୍କା ଭରଣା କରିବେ । ସେହିପରି ହାଇଦ୍ରାବାଦରେ ୧୯ କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡର ଦର ୨୦୨୪.୫୦ ଟଙ୍କାରେ ପହଞ୍ଚି ଯାଇଥିବା ବେଳେ ଛତିଶଗଡ଼ ରାଜଧାନୀ ରାୟପୁରରେ ଏହି ଦର ୨୦୦୪ ଟଙ୍କାରେ ପହଞ୍ଚିଛି । କେବଳ କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି ପାଇଥିବା ବେଳେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami