ଓଡ଼ିଶା ଫେରିଲେ ଟନେଲରୁ ଉଦ୍ଧାର ପାଇଥିବା ୪ ଓଡ଼ିଆ ଶ୍ରମିକ

Above Post Content

ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ପାଇଥିବା ୪ଜଣ ଓଡ଼ିଆ ଶ୍ରମିକ ଆଜି ଭୁବନେଶ୍ୱରରେ ପହଞ୍ଚିିଛନ୍ତି । ସେମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ମଧ୍ୟ ବିମାନରେ ଫେରିଥିଲେ । ବିମାନବନ୍ଦରରେ ୪ ଓଡ଼ିଆ ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ପରେ ନିଜ ଭାଇଙ୍କ ସହ ଫେରିବେ । ବିମାନବନ୍ଦରରୁ ୫ ଶ୍ରମିକ ସର୍କିଟ୍ ହାଉସ ଯାଇଥିଲେ । ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ଣରେ ନବୀନନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ । ପରେ ନିଜ ନିଜ ଘରକୁ ଫେରିଯିବେ ।

Middle post content

୪୧ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଥିଲେ ୫ ଶ୍ରମିକ

After 2nd paragraph post ads

ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଦୀର୍ଘ ୧୭ ଦିନ ପରେ ଉଦ୍ଧାର କରାଯାଇଥିଲା । ଏମାନଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଶ୍ରମିକ ରହିଥିଲେ । ଏହି ଶ୍ରମିକମାନେ ହେଲେ ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୁରଭଞ୍ଜର ବିଶେଶ୍ୱର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ । ଏହି ଶ୍ରମିକମାନଙ୍କ ପରିବାର ସଦସ୍ୟ ୫-ଟି ଅଧ୍ୟକ୍ଷଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ । ୫-ଟି ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ । ରାଜ୍ୟ ସରକାରଙ୍କ ଅଫିସର ଓ ସ୍ୱତନ୍ତ୍ର ଟିମ୍ ଉଦ୍ଧାରସ୍ଥଳୀକୁ ଯାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami