ଗୋଟେ ବାଇକ୍‌ରେ ୭ ଜଣଙ୍କ ସହ କୁକୁର, କୁକୁଡା, ଲୋକେ ଦେଖି ଆଶ୍ଚର୍ଯ୍ୟ

Above Post Content

ତାଙ୍କୁ ଦେଖିଲେ ଲାଗୁଛି ଯେମିତି ବାଇକ୍‌ରେ ପୁରା ସଂସାର ଚାଲୁଛି । ବାଇକ ଚଳାଉଛନ୍ତି ଜଣେ ବ୍ୟକ୍ତି । ପଛରେ ବସିଛନ୍ତି ତାଙ୍କ ପତ୍ନୀ ତାହାସହିତ ସୁବିଧା ହେଲାଭଳି ଛନ୍ଦାଛନ୍ଦି ହୋଇ ଆଗପଛରେ ବସିଛନ୍ତି ସେମାନଙ୍କର ୫ ଛୁଆ । ସେମାନଙ୍କ ସହିତ ଅଛନ୍ତି ଦୁଇଟି କୁକୁର ଓ କୁକୁଡ଼ା । ଏତିକିରେ କଥା ସରିନାହିଁ । ସେମାନଙ୍କ ସହିତ ବି ଅଛି କମ୍ବଳ,ମଶାରୀ, ପାଣିବୋତଲ, ବ୍ୟାଗ୍‌, ଭାନିଟ୍ ତଥା ଘରର କିଛି ଆସବାବପତ୍ର । ଏପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବିପଜ୍ଜନକ ଯାତ୍ରା

After 2nd paragraph post ads
Middle post content

ପ୍ରତ୍ୟେକ ରାଜ୍ୟରେ ଆଜିକାଲି ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଯାଇଛି । ଯଦି କେହି ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରନ୍ତି, ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯେମିତି କି ଘରକୁ ଚାଲାଣ ପଠାଯାଇ ଜରିମାନା ଆଦାୟ କରାଯାଉଛି । ଗୋଟିଏ ବାଇକ୍‌ରେ ଦୁଇରୁ ଅଧିକ ବସିକି ଗଲେ ଟ୍ରାଫିକ୍ ପୋଲିସ ଧରିବାର ଡ଼ର ରହିବା ସ୍ୱଭାବିକ । ହେଲେ ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ରେ ପୁରା ପରିବାରକୁ ନେଇ ଯାଉଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ସହିତ ଦୁଇଟି କୁକୁର ଓ ଗୋଟିଏ କୁକୁଡ଼ା ନେଇ ଯାଉଛନ୍ତି । ବ୍ୟକ୍ତି ଜଣକ ଏପରି ବିପଜ୍ଜନକ ଭାବେ ଯାଉଥିବାରୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କିଭଳି ସମ୍ଭବ ତାକୁ ନେଇ ଚିନ୍ତାରେ ଲୋକେ

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ବାଇକ୍ ଚଲାଇ ଯାଉଛନ୍ତି । ତାଙ୍କ ବାଇକ୍‌ର ପେଟ୍ରୋଲ ଟାଙ୍କି ଉପରେ ଦୁଇଜଣ ପିଲା ବସିଛନ୍ତି । ବ୍ୟକ୍ତିଙ୍କ ପଛରେ ସ୍ତ୍ରୀ ଏବଂ ଅନ୍ୟ ଦୁଇ ପିଲା ବସିଛନ୍ତି । ଏହାଛଡ଼ା ଅନ୍ୟ ଜଣେ ଶିଶୁ ମହିଳାଙ୍କ କାନ୍ଧରେ ବସିଛି । କେବଳ ଏତିକି ନୁହେଁ ଗାଡ଼ିରେ ଜିନିଷପତ୍ର ସହ ଦୁଇ କୁକୁର, କୁକୁଡା ମଧ୍ୟ ଲଦା ହୋଇଛନ୍ତି । ଏହି ବ୍ୟକ୍ତିଙ୍କୁ ଦେଖି ଅନ୍ୟ ଜଣେ ତାର ଭିଡିଓ କରିଥିଲେ । ଏବେ ଭିଡିଓଟି ବେଶ ଭାଇରାଲ ହେଉଥିବା ବେଳେ ଲୋକେ କିଭଳି ଏହା ସମ୍ଭବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami