ହଲ୍‌ରେ ଫୁଟିଲା ବାଣ, ଭୟରେ ଦୌଡିଲେ ଦର୍ଶକ

Above Post Content

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଛି ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ଟାଇଗର ୩’ । ପାର୍ବଣର ମାହୋଲ ଅବସରରେ ଫ୍ୟାନ୍ସ ଏପରି ଉତ୍ସାହିତ ହୋଇଯାଇଛନ୍ତି ଯେ ସିନେମା ହଲ୍ ଭିତରେ ବାଣ ଫୁଟାଇଛନ୍ତି । ଫିଲ୍ମରେ ସଲମାନଙ୍କ ଏଣ୍ଟ୍ରି ସମୟରେ କିଛି ଦର୍ଶକ ହଠାତ୍ ବାଣ ଫୁଟାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏଥିରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି ।

ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

After 2nd paragraph post ads
Middle post content

ମହାରାଷ୍ଟ୍ର ନାଶିକ୍ ଜିଲ୍ଲା ମାଲେଗାଓଁର ମୋହନ ସିନେମା ହଲ୍ ଭିତରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଏହି ସମୟର ଭିଡିଓ ସୋଶାଲ୍ ମିଡିଆ ଏକ୍ସରେ ପୋଷ୍ଟ କରାଯାଇଛି । ଏହି ହଲରେ ଫିଲ୍ମ ଟାଇଗର ୩ ଦେଖିବା ପାଇଁ ହାଉସ୍ ଫୁଲ୍ ଥିଲା । ଫିଲ୍ମ ମଝିରେ ହଠାତ୍ ହଲ୍ ଭିତରେ ଢୋ, ଢା ଶବ୍ଦ ଶୁଣି ଅନ୍ୟ କିଛି ଦର୍ଶକ ଭୟରେ ଏଣେତେଣେ ଦୌଡି ପଳାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । କେବଳ ମାଲେଗାଓଁ କାହିଁକି ଦେଶର ବିଭିନ୍ନ ସିନେମା ହଲ୍ ଭିତରେ ବି ବାଣ ଫୁଟା ଯାଇଛି ।

ରିଲିଜର ପ୍ରଥମ ଦିନରେ ୪୪ କୋଟି ଆୟ

ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ ‘ଟାଇଗର ୩’ ଏକ ଆକ୍ସନ୍ ଥ୍ରିଲର । ଏହା ହେଉଛି ୨୦୧୭ରେ ମୁକ୍ତିଲାଭ କରିଥିବା ‘ଟାଇଗର ଜିନ୍ଦା ହୈ’ର ସିକ୍ୱେଲ । ସିନେମାରେ ସଲମାନ ଖାନ, କ୍ୟାଟ୍ରିନା କୈଫ୍‌, ଇମରାନ ହାଶମୀଙ୍କ ସମେତ ରେଭାଥୀ, ସିମରନ୍‌, ରିଦ୍ଧି ଡୋଗ୍ରା, ବିଶାଲ ଜେଟୱା, କୁମୁଦ ମିଶ୍ରା, ରଣଭୀର ଶୋରେ ଏବଂ ଆମୀର ବଶୀର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଆଦିତ୍ୟ ଚୋପ୍ରା, ଚିତ୍ରନାଟ୍ୟ ଶ୍ରୀଧର ରାଘବନ୍ ଏବଂ ଆଙ୍କୁର ଚୌଧୁରୀ ସଂଳାପ ଲେଖିଛନ୍ତି । ଗୀତଗୁଡ଼ିକ ପ୍ରୀତମ ରଚନା କରିଥିବା ବେଳେ ଅରିଜିତ ସିଂହ କଣ୍ଠଦାନ କରିଛନ୍ତି । ରିଲିଜର ପ୍ରଥମ ଦିନରେ ୪୪ କୋଟି ଆୟ କରିଛି ‘ଟାଇଗର ୩’ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami