ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Above Post Content

ପୁରୀ: ଏଣିକି ସହଜରେ ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ । କାରଣ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ଜଗା ଦର୍ଶନ ଲାଗି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ଏନେଇ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ ।

ସ୍ୱତନ୍ତ୍ର ବିଶ୍ରାମ ଗୃହ ନିର୍ମାଣ

After 2nd paragraph post ads
Middle post content

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସଜେଇ ହେଉଛି ଶ୍ରୀମନ୍ଦିରର ଚାରିପାର୍ଶ୍ୱ । ଭକ୍ତଙ୍କ ସୁବିଧା ପାଇଁ ଜରୁରୀକାଳିନଭିତ୍ତିରେ ଜୋରସୋରରେ ଚାଲିଛି କାମ । ଖାସ୍ କରି ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ସ୍ୱତନ୍ତ୍ର ସମୟରେ ଏହି ଦର୍ଶନ ବ୍ୟବସ୍ଥା କରାଯିବ । ଛତିଶା ନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ ନିଆଯାଇ ଦିବ୍ୟାଙ୍ଗଙ୍କୁ ଏହି ଦର୍ଶନ ବ୍ୟବସ୍ଥାରେ ସାମିଲ କରାଯିବ । ପ୍ରକଳ୍ପରେ ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ ନିର୍ମାଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ସହଜରେ କରିବେ ଜଗାଦର୍ଶନ

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ମାନେ କିଭଳି ସୁବିଧାରେ ଜଗା ଦର୍ଶନ କରିପାରିବେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦିବ୍ୟାଙ୍ଗ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି । ଶ୍ରୀକ୍ଷେତ୍ରକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ଦର୍ଶନକୁ ସହଜ କରିବା ଲାଗି ଦିବ୍ୟାଙ୍ଗ ଅନୁଷ୍ଠାନ ପକ୍ଷରୁ ହୋଇଥିବା ଦାବି ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ପୂର୍ବରୁ ଉତ୍ତର ଦ୍ୱାର ଦେଇ ସ୍ୱତନ୍ତ୍ର ରାମ୍ପ ଜରିଆରେ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ । ପୂର୍ବଭଳି ଏହି ରାସ୍ତା ଦେଇ ଦିବ୍ୟାଙ୍ଗ ଶ୍ରଦ୍ଧାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଓ ଶ୍ରୀଜୀଉଙ୍କ ଦର୍ଶନ କରାଇବା ଲାଗି ପ୍ରଶାସନ ବ୍ୟବସ୍ଥା କରୁ ବୋଲି ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନ ପକ୍ଷରୁ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ଭେଟି ଏକ ଦାବିପତ୍ର ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami