ପୁଟିନଙ୍କ ସହ ଗରମାଗରମ ଯୁକ୍ତି ପରେ ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆସିଲା ହାର୍ଟ୍ ଆଟାକ୍ !

Above Post Content

ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଏକ ମାସ ଟପି ସାରିଲାଣି । ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ୍ ଉପରେ କବଜା କରିବା ଲକ୍ଷ୍ୟ ରଖିଥିବା ଋଷ ସେନା ପାଇଁ କିଭ୍ ଏବେ ମଧ୍ୟ ପହଞ୍ଚରୁ ଦୁରରେ । ୟୁକ୍ରେନର ଗରିଲା ଯୁଦ୍ଧ ଋଷ ସୈନିକଙ୍କୁ ଅସ୍ତବ୍ୟସ୍ତ କଲାଣି । ଆମେରିକାର ଜାଭେଲିନ୍ କ୍ଷେପଣାସ୍ତ୍ର ପାଇଁ ଋଷ ସେନାକୁ ହନ୍ତସନ୍ତ ହେବାକୁ ପଡୁଛି । ଏହାରି ଭିତରେ ୟୁକ୍ରେନର ଜଣେ ମନ୍ତ୍ରୀ ଦାବି କରିଛନ୍ତି ଯେ, ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଯୁକ୍ତିତର୍କ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହାର୍ଟ୍ ଆଟାକ୍ ଆସିଛି ।

ପୁଟିନଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହାର୍ଟ୍ ଆଟାକ୍

After 2nd paragraph post ads

ୟୁକ୍ରେନର ଜନୈକ ମନ୍ତ୍ରୀ ଗୋରସ୍ଚୋକଙ୍କ ଅନୁସାରେ ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ଗରମାଗରମ ଯୁକ୍ତିତର୍କ ହୋଇଥିଲା । ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ହୃଦଘାତର ଶିକାର ହୋଇଛନ୍ତି । ୟୁକ୍ରେନ୍ ମନ୍ତ୍ରୀଙ୍କ ଅନୁସାରେ ଯୁଦ୍ଧରେ ବିଫଳତା ପାଇଁ ପୁଟିନ୍ ନିଜ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାୟୀ କରିଥିଲେ । ଏହାପରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହାର୍ଟ୍ ଆଟାକ୍ ଆସିଥିଲା । ତାଙ୍କ ଅନୁସାରେ କେବଳ ଏଇଥିପାଇଁ ମାର୍ଚ୍ଚ ୧୧ ତାରିଖ ପରଠାରୁ ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାର୍ବଜନିକ ଭାବେ ଦେଖିବାକୁ ମିଳି ନାହିଁ । ସୂଚନାଯୋଗ୍ୟ ଯେ, ସର୍ଗେଇ ପୁରା ଅପରେଶନର ମାଷ୍ଟର ମାଇଣ୍ଡ୍ ଥିବା କୁହାଯାଏ ।

Middle post content

ମାର୍ଚ୍ଚ ୨୪ ତାରିଖ ଦିନ ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନ୍ତିମ ଥର ପାଇଁ ଟିଭିରେ ଦେଖିବାକୁ ମିଳିଥିଲା । କିନ୍ତୁ ସେହି ଫୁଟେଜ୍ ପୁରୁଣା କି ନୂଆ ଥିଲା ତାହା ଜଣା ପଡିନାହିଁ । ଅଚାନକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ଅଦୃଷ୍ୟ ହେବା ପରେ ଆଶଙ୍କା କରାଯାଉଥିଲା ଯେ, ୟୁକ୍ରେନ ରାଜଧାନୀ କିଭ୍ ଉପରେ କବଜା କରିବାରେ ବିଫଳତା ପାଇଁ ପୁଟିନ୍ ତାଙ୍କୁ ଦଣ୍ଡିତ କରିଛନ୍ତି । ଏହାକୁ ନେଇ ଋଷ ରାଷ୍ଟ୍ରପତିଙ୍କ ଅଫିସ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଅଫିସ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିଲା ।

ଋଷ ସହ ସହମତି ହୋଇ ପାରିନାହିଁ : ୟୁକ୍ରେନ୍

ତୁର୍କୀ ରାଷ୍ଟ୍ରପତି ରେସେପ ତାଇପ ଏର୍ଦୋଗନଙ୍କ ଦ୍ୱାରା ଯେଉଁ ଚାରିବିନ୍ଦୁକୁ ନେଇ ଋଷ ସହ ଆଲୋଚନା ହେଉଥିଲା ତାକୁ ନେଇ ଉଭୟ ପକ୍ଷ ମଧ୍ୟରେ କୌଣସି ସହମତିରେ ଉପନିତ ହୋଇ ପାରିନାହାନ୍ତି ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି । ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଡାୟୋମଟ୍ରୋ କୁଲେଭା ଏହି ସୂଚନା ଦେଇଛନ୍ତି । ୟୁକ୍ରେଇଂସ୍କା ପ୍ରଭାଦାକୁ ଦେଇଥିବା ସାକ୍ଷାତକାରରେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ତୁର୍କି ପ୍ରସ୍ତାବ ଉପରେ ଉଭୟ ପକ୍ଷ ମଧ୍ୟରେ କୌଣସି ସହମତି ହୋଇ ନାହିଁସୂଚନାଯୋଗ୍ୟ ଯେ, ମସ୍କୋ ଓ କିଭ୍ ଯୁଦ୍ଧ ବନ୍ଦ ପାଇଁ ଚାରିବିନ୍ଦୁ ଉପରେ ପ୍ରାୟତଃ ରାଜି ହୋଇଯାଇଥିଲେ ବୋଲି ତୁର୍କି ରାଷ୍ଟ୍ରପତି କହିଥିଲେ । ୟୁକ୍ରେନର ନାଟୋ ସଦସ୍ୟତା,ୟୁକ୍ରେନରେ ଋଷ ଭାଷାକୁ ଦ୍ୱିତୀୟ ଆଧିକାରିକ ଭାଷାର ମାନ୍ୟତା, ସେନା ଓ ଦେଶର ସୁରକ୍ଷାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା ।

ତୁର୍କୀ ରାଷ୍ଟ୍ରପତିଙ୍କ ଅନୁସାରେ କ୍ରିମିଆ ଓ ପୂର୍ବ ଡୋନଭାସ କ୍ଷେତ୍ରର ଭବିଷ୍ୟତକୁ ନେଇ ଋଷର ଯିଦ୍ କାରଣରୁ ଆଲୋଚନା ବାଧିତ ହୋଇଥିଲା । ଗତ ସପ୍ତାହରେ ଏର୍ଦୋଗନ୍ ଏହାକୁ ନେଇ ଦୁଇ ଦେଶ ଆଗରେ ନିଜ ପ୍ରସ୍ତାବ ରଖିଥିଲେ । କୁଲେଭାଙ୍କ ଅନୁସାରେ ତାଙ୍କ ଦେଶର ପ୍ରତିନିଧି ମଣ୍ଡଳ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ଓ ନିଜ ଦାବିରୁ ଓହରି ନଥିଲେ । ସେ କହିଛନ୍ତି ଯେ, ପ୍ରଥମେ ଯୁଦ୍ଧ ବିରାମ ହେଉ ଓ ୟୁକ୍ରେନର ସୁରକ୍ଷା ଏବଂ ସାର୍ବଭୌମତ୍ୱର ଗ୍ୟାରେଣ୍ଟି ମିଳୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami